ଉଜବେକିସ୍ତାନରେ କଫ ସିରପ ମୃତ୍ୟୁ ମାମଲା, ନୋଏଡା ଔଷଧ କମ୍ପାନୀର ୩ ଅଧିକାରୀ ମୃତ

ନୂଆଦିଲ୍ଲୀ: ଉଜବେକିସ୍ତାନରେ କଫ ସିରପ ଯୋଗୁ ହୋଇଥିବା କଥିତ ମୃତ୍ୟୁ ମାମଲାରେ ନୋଏଡ଼ାସ୍ଥିତ ଔଷଧ କମ୍ପାନୀର ୩ ଅଧିକାରୀଙ୍କୁ ପୁଲିସ ଗିରଫ କରିଛି । ଭାରତୀୟ କଫ ସିରପ ଯୋଗୁ ୧୮ଜଣ ଶିଶୁଙ୍କ ମୃତ୍ୟୁ ହୋଇଥିବା ନେଇ ଡିସେମ୍ବରରେ ଉଜବେକିସ୍ତାନ ଦାବୀ କରିଥିଲା ।

ସୂଚନାଯୋଗ୍ୟ, ଭାରତର ସେଣ୍ଟ୍ରାଲ ଡ୍ରଗ ଷ୍ଟାଣ୍ଡାର୍ଡ କଣ୍ଟ୍ରୋଲ ଅର୍ଗାନାଇଜେସନ(ସିଡିଏସସିଓ)ର ଡ୍ରଗ ଇନ୍ସପେକ୍ଟର ଉକ୍ତ ମାମଲାକୁ ନେଇ ଅଭିଯୋଗ ଦାୟର କରିଥିଲେ । ଏଥିରେ ଭାରତୀୟ କମ୍ପାନୀ ମେରିୟମ ବାୟୋଟେକର ୨ ଡାୟରେକ୍ଟରଙ୍କ ସମେତ ୫ଜଣଙ୍କ ନାମ ସାମିଲ ଥିଲା ।