ବିଜେପି ବିଧାୟକଙ୍କ ପୁଅଙ୍କ ଘରୁ ୬ କୋଟି ଟଙ୍କା ଜବତ

କର୍ଣ୍ଣ।ଟକ: କର୍ଣ୍ଣ।ଟକର ବିଜେପି ବିଧାୟକ ମଦଲ ବିଋପକ୍ଷପ୍ପାଙ୍କ ପୁଅ ପ୍ରଶାନ୍ତ କୁମାରଙ୍କ ଜଣେ ଠିକାଦାରଙ୍କଠାରୁ ୪୦ ଲକ୍ଷ ଟଙ୍କା ଲାଞ୍ଚ ନେବା ବେଳେ ଲୋକାୟୁକ୍ତ ପୁଲିସ ଗିରଫ କରିଛି । ଏହାର ଦିନକ ପରେ ଲୋକାୟୁକ୍ତ ପୁଲିସ ବିଧାୟକଙ୍କ ପୁଅଙ୍କ ଘରୁ ନଗଦ ୬ କୋଟି ଟଙ୍କା ଜବତ କରିଛି । ଏହାକୁ ନେଇ କଂଗ୍ରେସ ମୁଖ୍ୟମନ୍ତ୍ରୀ ବସବରାଜ ବୋମ୍ମଇ ସରକାରଙ୍କୁ ବିଜେପି ଟାର୍ଗେଟ କରିଛି ।

ଏହାର ଜବାବରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, କୌଣସି ପାର୍ଟିକୁ ନଦେଖି ଦୁର୍ନୀତି ବିରୋଧରେ ପଦକ୍ଷେପ ନିଆଯିବ । ଅନ୍ୟପଟେ ଅଭିଯୁକ୍ତ ବିଧାୟକ କହିଛନ୍ତି ଯେ, ଏହା ତାଙ୍କ ପରିବାର ବିରୋଧରେ ଷଡ଼ଯନ୍ତ୍ର । ବିଧାନସଭା ନିର୍ବାଚନକୁ ଦୃଷ୍ଟିରେ ରଖି ଏହି ଲାଞ୍ଚ କାଣ୍ଡ ବିଜେପିର ପ୍ରତିଷ୍ଠାକୁ କ୍ଷୁର୍ଣ୍ଣ କରିବ ।