ଉତ୍ତରାଖଣ୍ଡର ୪ଧାମ ଯାତ୍ରା କରୁଥିବା ଶ୍ରଦ୍ଧାଳୁଙ୍କ ହେବ ଭେରିଫିକେଶନ, ମୁଖ୍ୟମନ୍ତ୍ରୀ ଧାମୀ ଦେଲେ ଆଦେଶ

ଡେରାଡୁନ,ଏଜେନ୍ସି: ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ ପୁଷ୍କର ସିଂହ ଧାମୀ କହିଛନ୍ତି ଯେ, ରାଜ୍ୟର ୪ଧାମ ଯାତ୍ରା କରୁବାକୁ ଯାଉଥିବା ଶ୍ରଦ୍ଧାଳୁମାନଙ୍କର ଭେରିଫିକେଶନ ହେବ। ଏଥି ସହିତ ରାଜ୍ୟରେ ଅସାମାଜିକ ତତ୍ୱର ଭେରିଫିକେଶନ ପାଇଁ ମଧ୍ୟ ଅଭିଯାନ ଆରମ୍ଭ ହେବ। ମଙ୍ଗଳବାର ୪ଧାମ ଯାତ୍ରା ସମୟରେ ଲୋକଙ୍କର ଭେରିଫିକେଶନ ସଂପର୍କରେ ପୁଷ୍କର ସିଂହ ଧାମୀ କହିଛନ୍ତି ଯେ, ଆମ ରାଜ୍ୟ ହେଉଛି ଶାନ୍ତିପ୍ରିୟ। ସରକାର ଚାରିଧାମ ଯାତ୍ରା ନେଇ ପ୍ରସ୍ତୁତି କରିଛନ୍ତି। ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ଧର୍ମ ଓ ସଂସ୍କୃତିର ରକ୍ଷା କରିବା ସରକାରଙ୍କ ଦାୟିତ୍ୱ। ସେ କହିଛନ୍ତି ଯେ, ବାହାର ରାଜ୍ୟରୁ ୪ଧାମ ଯାତ୍ରା ପାଇଁ ଆସୁଥିବା ଲୋକଙ୍କୁ ସଠିକ ସତ୍ୟପାଠ କରିବାକୁ ହେବ। ଏହା ଦ୍ୱାରା ଶାନ୍ତି ପ୍ରତିଷ୍ଠା ହୋଇପାରିବ।

ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ୪ଧାମ ଯାତ୍ରା ସମୟରେ ଆମର ଧର୍ମ ପ୍ରତି ହିଂସା ସୃଷ୍ଟି କରୁଥିବା ଲୋକଙ୍କର ପ୍ରବେଶ ନ ହେବା ଦରକାର। ଶାନ୍ତି ଶୃଙ୍ଖଳା ରକ୍ଷା କରିବା ପାଇଁ ଆମେ ଅଭିଯାନ ଚଳାଇବୁ। ବାହାର ରାଜ୍ୟରୁ ଆସୁଥିବା ଲୋକଙ୍କର ଭେରିଫିକେଶନ କରିବୁ । ମୁଖ୍ୟମନ୍ତ୍ରୀ ଆଇନ ବ୍ୟବସ୍ଥାକୁ ନେଇ ମଧ୍ୟ ଶକ୍ତ ନିର୍ଦ୍ଦେଶ ଦେଇଛନ୍ତି। ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ଉତ୍ତରାଖଣ୍ଡ ଧର୍ମ ଓ ସଂସ୍କୃତିର କେନ୍ଦ୍ର। ଏଠାରେ ଜବରଦଖଲକାରୀଙ୍କ ପାଇଁ ସ୍ଥାନ ନାହିଁ।