ଉତ୍ତର ପ୍ରଦେଶ: ୧୦ ହଜାର ପାରାମେଡିକାଲ କର୍ମଚାରୀଙ୍କୁ ମିିଳିବ ନିଯୁକ୍ତି, ମୁଖ୍ୟମନ୍ତ୍ରୀ ଯୋଗୀ ଦେଲେ ଆଦେଶ

ଲଖନଉ,ଏଜେନ୍ସି: ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଆଗାମୀ ୬ ମାସ ମଧ୍ୟରେ ୧୦୦୦୦ ପାରାମେଡିକାଲ କର୍ମଚାରୀଙ୍କୁ ନିଯୁକ୍ତି ଦେବେ। ଏଥିପାଇଁ ସେ ନିର୍ଦ୍ଦେଶ ଦେଇସାରିଛନ୍ତି। ମୁଖ୍ୟମନ୍ତ୍ରୀ ମଙ୍ଗଳବାର ଚିକିତ୍ସା ଏବଂ ସ୍ୱାସ୍ଥ୍ୟ ଯୋଜାନାର ପ୍ରସ୍ତୁତିକରଣକୁ ଦୃଷ୍ଟିରେ ରଖି କହିଛନ୍ତି, ସ୍ୱାସ୍ଥ୍ୟ କ୍ଷେତ୍ରରେ ପାରାମେଡିକାଲ କର୍ମଚାରୀଙ୍କୁ ଗୁରୁତ୍ୱପୂର୍ଣ୍ଣ ଭୂମିକା ରହୁଛି।

ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, କୋଭିଡ-୧୯ ମହାମାରୀ ଆମ ସମସ୍ତଙ୍କୁ ପାରାମେଡିକାଲ କର୍ମଚାରୀଙ୍କ ମହତ୍ୱ କ’ଣ ତାହା ଦେଖାଇଛି। ସ୍ୱାସ୍ଥ୍ୟ ବିଭାଗ ଆଗାମୀ ୬ ମାସ ମଧ୍ୟରେ ରାଜ୍ୟରେ ୧୦୦୦୦ ପାରାମେଡିକାଲ କର୍ମଚାରୀଙ୍କ ନିଯୁକ୍ତି ଉପରେ କାମ କରନ୍ତୁ। ସେ ଆଦେଶ ଦେଇଛନ୍ତି ଯେ, ନିଯୁକ୍ତି ପ୍ରକିୟା ଉତ୍ତର ପ୍ରଦେଶ ଅଧୀନସ୍ଥ ଚୟନ ବୋର୍ଡ ମାଧ୍ୟମରେ ପୂରା କରାଯିବ। ମୁଖ୍ୟମନ୍ତ୍ରୀ ଚିକିତ୍ସା ସେବାକୁ ସୁପରିଚାଳିତ କରିବା ପାଇଁ ଡାକ୍ତର ଓ ନର୍ସଙ୍କ ପର୍ଯ୍ୟାପ୍ତ ମୁତୟନ ସୁନିଶ୍ଚିତ କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି। ସେ କହିଛନ୍ତି ଯେ, ଡାକ୍ତର-ନର୍ସ ଅନୁପାତ ୧:୧ ହେବା ଦରକାର। ଏଥି ପାଇଁ ଆବଶ୍ୟକତା ଅନୁସାରେ ପଦ ସୃଜିତ କରି ଯୋଗ୍ୟ ପ୍ରୋଫେସନାଲ ଚୟନ କରାଯାଉ।

ମୁଖ୍ୟମନ୍ତ୍ରୀ ଯୋଗୀ ଆଗାମୀ ୧୦୦ ଦିନରେ ରାଜ୍ୟ କର୍ମଚାରୀ ଏବଂ ଭତ୍ତାଧାରୀଙ୍କୁ ଚିକିତ୍ସା ସେବା ଯୋଗାଇବାକୁ କହିଛନ୍ତି। ୧୦୮ ଆମ୍ବୁଲାନ୍ସ ସେବାକୁ ଆହୁରି ବ୍ୟବସ୍ଥିତ କରିବାର ଆବଶ୍ୟକତା ରହିଛି। ତେଣୁ ଆଗାମୀ ୧୦୦ ଦିନ ଭିତରେ ଆହୁରି ୮୦୦ ଆମ୍ବୁଲାନ୍ସ ସାମିଲ କରାଯାଉ। ସେହିପରି ବିଧାନସଭା ପରିସରରେ ୧୦୦ ବେଡ ହସ୍ପିଟାଲ କରାଯାଉ। ବିଗତ ୫ ବର୍ଷରେ ୫୦୦୦ ସ୍ୱାସ୍ଥ୍ୟ ଉପକେନ୍ଦ୍ର ପ୍ରତିଷ୍ଠା କରାଯାଇଛି।