ଶପଥ ନେବା ପରେ ପ୍ରଥମ କ୍ୟାବିନେଟ ଡାକିଲେ ଉତ୍ତରାଖଣ୍ଡର ମୁଖ୍ୟମନ୍ତ୍ରୀ ଧାମୀ

ଡେରାଡୁନ,ଏଜେନ୍ସି: ଉତ୍ତରାଖଣ୍ଡର ୧୧ତମ ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିବା ପରେ ପୁଷ୍କର ସିଂହ ଧାମୀ ରବିବାର ପ୍ରଥମ ଥର ପାଇଁ କ୍ୟାବିନେଟ ବୈଠକ ଡାକିଛନ୍ତି। ରାଜ୍ୟ ସଚିବାଳୟରେ ଅନୁଷ୍ଠିତ କ୍ୟାବିନେଟ ବୈଠକରେ ମୁଖ୍ୟମନ୍ତ୍ରୀ ଅଧ୍ୟକ୍ଷତା କରିଥିଲେ। କ୍ୟାବିନେଟ ମନ୍ତ୍ରୀ ସୁବୋଧ ଉନିୟାଲ ଏହି ସୂଚନା ଦେଇଛନ୍ତି। ସେ କହିଛନ୍ତି ଯୁବଗୋଷ୍ଠୀଙ୍କ ରୋଜଗାର ନେଇ ବୈଠକରେ ଆଲୋଚନା ହେବ।

ରାଜ୍ୟର ଯୁବଗୋଷ୍ଠୀଙ୍କୁ ରୋଜଗାର ଦେବା ନେଇ କ୍ୟାବିନେଟ ବୈଠକରେ ଗୁରୁତ୍ୱପୂର୍ଣ୍ଣ ଚର୍ଚ୍ଚା ହୋଇଥିଲା ବୋଲି କ୍ୟାବିନେଟ ମନ୍ତ୍ରୀ ସୁବୋଧ ଉନିୟାଲ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି। ବୈଠକରେ କ’ଣ ସବୁ ନିଷ୍ପତ୍ତି ନିଆଯାଇଛି ସେନେଇ ଜୁଲାଇ ୫ ତାରିଖ (ସୋମବାର) ବିସ୍ତୃତ ବିବରଣୀ ଦିଆଯିବ।

ସୂଚନାଯୋଗ୍ୟ ଯେ, ଉତ୍ତରାଖଣ୍ଡର ସର୍ବକନିଷ୍ଠ ମୁଖ୍ୟମନ୍ତ୍ରୀ ଭାବେ ପୁଷ୍କର ସିଂହ ଧାମୀ ରବିବାର ସନ୍ଧ୍ୟାରେ ଡେରାଡୁନସ୍ଥିତ ରାଜଭବନରେ ଶପଥ ଗ୍ରହଣ କରିଥିଲେ। ତାଙ୍କୁ ରାଜ୍ୟପାଳ ବେବିରାଣୀ ମୌର୍ଯ୍ୟ ପଦ ଓ ଗୋପନୀୟତାର ସହିତ ଶପଥ କରାଇଥିଲେ। ଏହି ଅବସରରେ ସାଂସଦ, ବିଧାୟକମାନେ ଉପସ୍ଥିତ ଥିଲେ।