ରାଜ୍ୟରେ ଗତ ୨୪ ଘଣ୍ଟାରେ ଚିହ୍ନଟ ହେଲେ ୨୮୦୩ ଜଣ କୋଭିଡ ପଜିଟିଭ, କଟକ ଓ ଖୋର୍ଦ୍ଧାରେ କମୁନି ସଂକ୍ରମଣ

ଭୁବନେଶ୍ୱର,ଏନ୍ଏନ୍ଏସ୍: ଟ୍ୱିନସିଟିରେ କରୋନା ସଂକ୍ରମଣ କମୁଥିବା ଜଣାପଡିନି। ସମାନ ପରିସ୍ଥିତି ବଳବତ୍ତର ରହିଥିବାବେଳେ ବିଶେଷ ପରିବର୍ତ୍ତନ ଦେଖାଯାଇନି। ଗତ ୨୪ ଘଣ୍ଟା ମଧ୍ୟରେ ପୂରା ରାଜ୍ୟରୁ ୨୮୦୩ ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ସେଥିମଧ୍ୟରୁ ଖୋର୍ଦ୍ଧାରୁ ସର୍ବାଧିକ ରହିଥିବାବେଳେ ଦ୍ୱିତୀୟରେ ରହିଛି କଟକ। ଉଭୟ ଜିଲ୍ଲାରେ ୪୦୦ ଉପରେ ସଂକ୍ରମିତ ଚିହ୍ନଟ ହୋଇଥିବା ସୂଚନା ଓ ଲୋକସମ୍ପର୍କ ବିଭାଗ ଜଣାଇଛି।

ନୂତନ ସଂକ୍ରମିତଙ୍କ ମଧ୍ୟରେ ୧୫୯୭ ଜଣ କ୍ୱାରେଣ୍ଟାଇନ ସେଣ୍ଟରରୁ ଚିହ୍ନଟ ହୋଇଥିବାବେଳେ ୧୨୦୬ ଜଣ ସ୍ଥାନୀୟ ସଂକ୍ରମିତ ରହିଥିବା ଜଣାପଡିଛି। ଆଜି ଅନୁଗୁଳରୁ ୯୭, ବାଲେଶ୍ୱରରୁ ୧୫୫, ବରଗଡରୁ ୧୭, ଭଦ୍ରକରୁ ୧୩୧, ବଲାଙ୍ଗିରରୁ ୩, ବୌଦ୍ଧରୁ ୨୧, କଟକରୁ ୪୪୧, ଦେବଗଡରୁ ୯, ଢେଙ୍କାନାଳରୁ ୬୭, ଗଜପତିରୁ ୧୦, ଗଞ୍ଜାମରୁ ୨୦, ଜଗତସିଂହପୁରରୁ ୧୧୭, ଯାଜପୁରରୁ ୧୫୩, ଝାରସୁଗୁଡାରୁ ୭, କଳାହାଣ୍ଡିରୁ ୧୫, କନ୍ଧମାଳରୁ ୨୦ ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ସେହିପରି କେନ୍ଦ୍ରାପଡାରୁ ୧୧୯, କେନ୍ଦୁଝରରୁ ୬୪, ଖୋର୍ଦ୍ଧାରୁ ୪୭୫, କୋରାପୁଟରୁ ୬୫, ମାଲକାନଗିରିରୁ ୫୫, ମୟୂରଭଞ୍ଜରୁ ୧୯୩, ନବରଙ୍ଗପୁରରୁ ୧୫, ନୟାଗଡ଼ରୁ ୧୧୫, ନୂଆପଡାରୁ ୮, ପୁରୀରୁ ୧୫୪, ରାୟଗଡାରୁ ୫୪, ସମ୍ବଲପୁରରୁ ୩୨, ସୋନପୁରରୁ ୧୮, ସୁନ୍ଦରଗଡରୁ ୬୨ ଓ ଷ୍ଟେଟ ପୁଲରୁ ୯୧ ଜଣ ପଜିଟିଭ ଚିହ୍ନଟ ହୋଇଛନ୍ତି।

ନୂତନ ସଂକ୍ରମିତଙ୍କୁ ମିଶାଇ ମୋଟ କରୋନା ସଂକ୍ରମିତଙ୍କ ସଂଖ୍ୟା ୯ ଲକ୍ଷ ୨୪ ହଜାର ୬୯୯କୁ ବୃଦ୍ଧି ପାଇଛି। ସେଥିମଧ୍ୟରୁ ୮ ଲକ୍ଷ ୯୦ ହଜାର ୭୭୮ ଜଣ ସୁସ୍ଥ ହୋଇ ଘରକୁ ଫେରିଥିବାବେଳେ ୨୯ ହଜାର ୬୨୦ ଜଣ ଚିକିତ୍ସାଧୀନ ଅଛନ୍ତି।