ଉତ୍ତରକାଶୀ ଟନେଲ ରେସ୍କ୍ୟୁ: ଘଟଣାସ୍ଥଳରେ ପହଞ୍ଚିଲା ପିଏମଓ ଟିମ୍‌

ଉତ୍ତରାଖଣ୍ଡ: ଉତ୍ତରାଖଣ୍ଡର ଉତ୍ତରକାଶୀ ଟନେଲ ଭିତରେ ୨ ସପ୍ତାହରୁ ଅଧିକ ସମୟରୁ ଫସିଥିବା ୪୧ ଶ୍ରମିକଙ୍କୁ ଉଦ୍ଧାର କରିବା ପାଇଁ ରେସ୍କ୍ୟୁ ଅପରେସନର ପ୍ରତିଟି ମୁହୂର୍ତ୍ତରେ ଅନେକ ସମସ୍ୟାର ସମ୍ମୁଖୀନ ହେବାକୁ ପଡ଼ିଛି । ଉକ୍ତ ସମସ୍ୟାର ସମାଧାନ ପାଇଁ ଉଦ୍ଧାରକାରୀ ଦଳ ଯୋଜନାକୁ ପରିବର୍ତ୍ତନ କରୁଛନ୍ତି । ଗତ ୧୬ ଦିନ ହେବ ସରକାରୀ ଅଧିକାରୀ ନିଜ ରଣନୀତିରେ ଲଗାତାର ସୁଧାର କରିଛନ୍ତି ଏବଂ ଲୋକଙ୍କୁ ଯଥାଶୀଘ୍ର ବାହାରକୁ କାଢ଼ିବା ପାଇଁ ଉପାୟ ଖୋଜୁଛନ୍ତି ।

ଏହି ଅଭିଯାନର ସମୀକ୍ଷା କରିବା ଲାଗି ପ୍ରଧାନମନ୍ତ୍ରୀଙ୍କ ପ୍ରଧାନ ସଚିବ ଡା. ସଚିବ ପୀକେ ମିଶ୍ରା, ଗୃହ ସଚିବ ଅଜୟ କୁମାର ଭଲ୍ଲା, ଉତ୍ତରାଖଣ୍ଡର ମୁଖ୍ୟ ସଚିବ ସୁଖବୀର ସିଂହ ସନ୍ଧୁ ଓ ଅନ୍ୟ ବରିଷ୍ଠ ଅଧିକାରୀ ଘଟଣାସ୍ଥଳରେ ଉପସ୍ଥିତ ଥିଲେ । ଏନେଇ ଉତ୍ତରାଖଣ୍ଡ ସରକାରଙ୍କ ସଚିବ ନୀରଜ ଖେରବାଲ ସୂଚନା ଦେଇଛନ୍ତି ।

ନ୍ୟାସନାଲ ହେଲଥ ଅଥୋରିଟିର ସଦସ୍ୟ ଲେ.ଜନ. ସୟଦ ଅତା ହସମେନ କହିଛନ୍ତି ଯେ, ସବୁ ଠିକ୍ ଅଛି । ଖାଦ୍ୟ-ପେୟ ଓ ଔଷଧ ସବୁ ଭିତରକୁ ଯାଉଛି । ମାନସିକ ସ୍ୱାସ୍ଥ୍ୟ ଉପରେ ମଧ୍ୟ ଧ୍ୟାନ ଦିଆଯାଉଛି । ପରିବାର ସହ ତାଙ୍କ କଥା କରାଯାଉଛି। ସୁରକ୍ଷା ଉପରେ ବିଶେଷ ଧ୍ୟାନ ଦିଆଯାଉଛି । ଆବଶ୍ୟକତା ଅନୁସାରେ ନୂଆ ମେସିନ ଲଗାଯାଉଛି ।