ଉତ୍ତରାଖଣ୍ଡ ହିମସ୍ଖଳନ: ଚମୋଲୀରୁ ୩୮ ଶବ ଉଦ୍ଧାର

ଉତ୍ତରାଖଣ୍ଡ: ଉତ୍ତରାଖଣ୍ଡର ଚମୋଲୀରେ ଫେବୃଆରୀ ୭ରେ ହୋଇଥିବା ହିମସ୍ଖଳନ ପରଠୁ ଏବେ ପର୍ଯ୍ୟନ୍ତ ତପୋବନସ୍ଥିତ ବଡ଼ ଟନେଲରେ ଉଦ୍ଧାର କାର୍ଯ୍ୟ ଜାରି ରହିଛି। ଉତ୍ତରାଖଣ୍ଡର ଡିିଜିପି ଅଶୋକ କୁମାର କହିଛନ୍ତି ଯେ, ତପୋବନର ବଡ଼ ଟନେଲରୁ ଭଙ୍ଗା ପଥରକୁ ହଟାଯାଉଛି। ଏଠାରୁ ୭୧ କିମି ଦୂରରେ ଏକ ଛୋଟ ଟନେଲ୍ ରହିଛି ଯେଉଁଠି ଡ୍ରିଲିଂ କାମ କାଲି କରାଯାଉଥିଲା।

ସେହିପରି ଚମୋଲୀ ଜିଲ୍ଲା ମାଜିଷ୍ଟ୍ରେଟ କହିଛନ୍ତି ଯେ, ଚମୋଲୀରୁ ଏବେ ପର୍ଯ୍ୟନ୍ତ ୩୮ଟି ଶବ ଉଦ୍ଧାର କରାଯାଇଛି। ସେଥିମଧ୍ୟରୁ ୧୨ଟି ଚିହ୍ନଟ କରାଯାଇଥିବା ବେଳେ ଏବେ ବି ୨୬ଟି ଅଜ୍ଞାତ ରହିଛି।

ସୂଚନାଯୋଗ୍ୟ, ତପୋବନ ସ୍ଥିତ ସୁଡ଼ଙ୍ଗରେ ପଟୁ ଓ ପଥରକୁ ହଟାଯାଇ ଛୋଟ ଟନେଲ୍ ପର୍ଯ୍ୟନ୍ତ ପହଞ୍ଚିବା ନିମନ୍ତେ ଡ୍ରିଲିଂ କାର୍ଯ୍ୟ ଜାରି ରହିଛି। ଏଠାରେ ଫସିଥିବା ଲୋକଙ୍କୁ ରକ୍ଷା କରିବା ପାଇଁ ସୁରକ୍ଷାବଳର ଏକ ବଡ଼ ଟିମ୍ ଉପସ୍ଥିତ ରହିଛି। ଏହି ଟନେଲରେ ୩୦ରୁ ଅଧିକ ଲୋକ ଫଶିଥିବା ଆଶଙ୍କା କରାଯାଉଛି। ଟନେଲ ମଧ୍ୟରେ କ୍ୟାମେରା ପକାଯାଇ ଲୋକଙ୍କୁ ଖୋଜା ଚାଲିଛି।