୧୫ ଜିଲ୍ଲାରୁ ୫୯ କରୋନା ପଜିଟିଭ ଚିହ୍ନଟ

ଭୁବନେଶ୍ୱର,ଏନ୍ଏନ୍ଏସ୍: ରାଜ୍ୟର ୧୫ଟି ଜିଲ୍ଲାରୁ ଆଉ ୫୯ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ସେଥିମଧ୍ୟରୁ କ୍ୱାରେଣ୍ଟାଇନରୁ ୩୪ଜଣ ଓ ସ୍ଥାନୀୟ ସଂକ୍ରମଣ ୨୫ ଜଣ ରହିଛନ୍ତି। ଫଳରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୩ଲକ୍ଷ ୩୬ହଜାର ୧୦୧କୁ ବୃଦ୍ଧି ପାଇଛି। ଏନେଇ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।

ଆଜି ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରେ ସୁନ୍ଦରଗଡ଼ ଓ ବରଗଡ଼ରୁ ୯ ଲେଖାଏଁ, ସମ୍ବଲପୁର ଓ ଅନୁଗୁଳରୁ ୭ ଲେଖାଏଁ, ଖୋର୍ଦ୍ଧାରୁ ୬, ବାଲେଶ୍ୱରରୁ ୪, ପୁରୀରୁ ୩, କଟକ, ଦେଓଗଡ଼, ଯାଜପୁର, କଳାହାଣ୍ଡି, ମୟୁରଭଞ୍ଜ, ନୂଆପଡ଼ାରୁ ୨ଜଣ ଲେଖାଏଁ, ଝାରସୁଗୁଡ଼ା ଓ କେନ୍ଦ୍ରାପଡ଼ାରୁ ଜଣେ ଲେଖାଏଁ ରହିଛନ୍ତି।

ସୂଚନାଯୋଗ୍ୟ, ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ୮୦ଲକ୍ଷ ୧ହଜାର ୭୦୧ କରୋନା ଟେଷ୍ଟ ହୋଇଥିବାବେଳେ ୩ଲକ୍ଷ ୩୬ହଜାର ୧୦୧ ଜଣଙ୍କ ରିପୋର୍ଟ ପଜିଟିଭ ଆସିଛି। ସେଥିମଧ୍ୟରୁ ୩ଲକ୍ଷ ୩୩ହଜାର ୩୫୧ଜଣ ସୁସ୍ଥ ହୋଇଛନ୍ତି, ୧୯୧୦ ଜଣଙ୍କର ମୃତ୍ୟୁ ଘଟିଛି ଓ ୭୮୭ ଜଣ ଚିକିତ୍ସିତ ହେଉଛନ୍ତି।