ଆଜି ଛାତ୍ରଛାତ୍ରୀଙ୍କୁ ମାଗଣା ମୋବାଇଲ ବାଣ୍ଟିବେ ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ

ଡେରାଡୁନ,ଏଜେନ୍ସି: ନୂଆବର୍ଷରେ ଛାତ୍ରଛାତ୍ରୀଙ୍କୁ ବଡ ଭେଟି ଦେବେ ଉତ୍ତରାଖଣ୍ଡ ସରକାର। ଆଜି ନୂତନ ବର୍ଷ ଅବସରରେ ମୁଖ୍ୟମନ୍ତ୍ରୀ ପୁଷ୍କର ସିଂ ଧାମୀ ଛାତ୍ରଛାତ୍ରୀଙ୍କୁ ମାଗଣା ମୋବାଇଲ ଫୋନ ଏବଂ ଟାବ୍‌ଲେଟ୍ ବାଣ୍ଟିବେ। ଏଥିରେ ରାଜ୍ୟର ପ୍ରାୟ ୨.୭୫ ଲକ୍ଷ ଛାତ୍ରଛାତ୍ରୀ ଉପକୃତ ହେବେ। ଶନିବାର ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ଏହି ସୂଚନା ଦିଆଯାଇଛି।

ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ଜାରି ବିବୃତ୍ତି ଅନୁଯାୟୀ, ଆଜି ମୁଖ୍ୟମନ୍ତ୍ରୀ ଧାମୀ ଡେରାଡୁନରେ ଶିକ୍ଷା ବିଭାଗ ପକ୍ଷରୁ ଆୟୋଜିତ ଜନ ସମ୍ବାଦ କାର୍ଯ୍ୟକ୍ରମରେ ଯୋଗ ଦେବେ। ଏହି କାର୍ଯ୍ୟକ୍ରମରେ ରାଜ୍ୟର ସମସ୍ତ ବିଧାୟକଙ୍କୁ ସାମିଲ ହେବା ଲାଗି ନିମନ୍ତ୍ରିତ କରିବାକୁ ମୁଖ୍ୟମନ୍ତ୍ରୀ ଜିଲ୍ଲାପାଳମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। କାର୍ଯ୍ୟକ୍ରମରେ ସିଏମ୍ ଛାତ୍ରଛାତ୍ରୀଙ୍କୁ ନିଃଶୁକ୍ଲ ଟାବଲେଟ୍ ବିତରଣ କରିବେ।

ଆଜି ଇଂରାଜୀ ନୂତନ ବର୍ଷ। ନବବର୍ଷ ଅବସରରେ ଚାରିଆଡେ ଖୁସିର ମାହୋଲ ଦେଖାଯାଇଛି। ଏହି ଅବସରରେ ରାଜ୍ୟ ସରକାରଙ୍କ ପକ୍ଷରୁ ମାଗଣା ମୋବାଇଲ ଏବଂ ଟାବ୍‌ଲେଟ୍ ବଣ୍ଟନ ଉତ୍ତରାଖଣ୍ଡ ଛାତ୍ରଛାତ୍ରଙ୍କ ଖୁସିକୁ ବହୁଗୁଣିତ କରିଛି।