ଉତ୍ତରାଖଣ୍ଡରେ ପ୍ରବଳ ତୁଷାରପାତ, ଫସି ରହିଥିବା ୧୧ ବିଦେଶୀ ଟ୍ରେକର ଉଦ୍ଧାର କଲା ଏସ୍‌ଡିଆର୍‌ଏଫ୍‌ ଟିମ

ଡେରାଡୁନ,ଏଜେନ୍ସି: ଉତ୍ତରାଖଣ୍ଡ ବାଘେଶ୍ବର ଜିଲ୍ଲା ପିଣ୍ଡୋରି ଗ୍ଲେସିଅର ନିକଟରେ ପ୍ରବଳ ତୁଷାରପାତ । ଏହି ତୁଷାରପାତରେ ଫସି ରହିଥିବା ପ୍ରାୟ ୧୧ ଜଣ ବିଦେଶୀ ଟ୍ରେକରଙ୍କ ସମେତ ଭାରତୀୟ ଗାଇଡକୁ ମଧ୍ୟ ସୁରକ୍ଷିତ ଭାବେ ଉଦ୍ଧାର କରିଛି ଏସ୍‌ଡିଆର୍‌ଏଫ୍‌ ଟିମ୍‌ । ସମସ୍ତଙ୍କୁ ପଏଣ୍ଟ ଜିରୋ ନିକଟକୁ ଅଣାଯାଇଛି । ତେବେ ଏମାନଙ୍କୁ ସୁରକ୍ଷିତ ସ୍ଥାନରେ ପହଞ୍ଚାଇବା ଲାଗି ଜିଲ୍ଲା ପ୍ରଶାସନ ହେଲିକପ୍ଟର ମାଗିଥିବା ଜଣାପଡ଼ିଛି । ଏହାସହ ଉଦ୍ଧାର ଲାଗି ଏନ୍‌ଡିଆର୍‌ଏଫ୍‌ ଟିମ୍‌ ମଧ୍ୟ ନିୟୋଜିତ ହୋଇଛି ।

ହିମାଳୟ କ୍ଷେତ୍ରର ଉପରି ଭାଗରେ ହିମସ୍ଖଳନ ହେବା ପରେ ୧୪ଜଣିଆ ବିଦେଶୀ ଟ୍ରେକର ଟିମଙ୍କ ସମେତ ଜଣେ ଭାରତୀୟ ଗାଇଡ୍‌ ଫସି ରହିଥିଲେ । ବିଦେଶୀ ଟ୍ରେକରମାନେ ପିଣ୍ଡୋରିଠାରେ ଫସି ରହିଥିଲେ । ପ୍ରବଳ ତୁଷାରପାତ ସାଙ୍ଗକୁ ହିମସ୍ଖଳନ ହେବା ପରେ ଏମାନେ ସାଟେଲାଇଟ ଫୋନରେ ସୂଚନା ଦେଇଥିଲେ । ଏହାସହ ଏମାନେ ସାଥୀରେ ନେଇଥିବା ଜିନିଷପତ୍ର ବରଫ ଭିତରେ ପୋତି ହୋଇଯାଇଥିବା ସମ୍ପର୍କରେ ମଧ୍ୟ କହିଥିଲେ । ଖବର ପାଇବା ପରେ ଜିଲ୍ଲା ପ୍ରଶାସନର ଆଲର୍ଟ ହୋଇଥିଲା । ତୁରନ୍ତ ଉଦ୍ଧାରକାରୀ ଟିମ ଘଟଣାସ୍ଥଳରେ ପହଞ୍ଚି ଏମାନଙ୍କୁ ଉଦ୍ଧାର କରିଥିଲା ।