Notice: Function _load_textdomain_just_in_time was called incorrectly. Translation loading for the really-simple-ssl domain was triggered too early. This is usually an indicator for some code in the plugin or theme running too early. Translations should be loaded at the init action or later. Please see Debugging in WordPress for more information. (This message was added in version 6.7.0.) in /home/muhapqmy/public_html/wp-includes/functions.php on line 6131

Notice: Function _load_textdomain_just_in_time was called incorrectly. Translation loading for the publisher domain was triggered too early. This is usually an indicator for some code in the plugin or theme running too early. Translations should be loaded at the init action or later. Please see Debugging in WordPress for more information. (This message was added in version 6.7.0.) in /home/muhapqmy/public_html/wp-includes/functions.php on line 6131
ଆଭା ପଞ୍ଜିକରଣରେ ଭୁବନେଶ୍ଵର ଏମ୍ସ ଦେଶରେ ଏକ ନମ୍ବର – Nitidin
Deprecated: Function WP_Dependencies->add_data() was called with an argument that is deprecated since version 6.9.0! IE conditional comments are ignored by all supported browsers. in /home/muhapqmy/public_html/wp-includes/functions.php on line 6131

ଆଭା ପଞ୍ଜିକରଣରେ ଭୁବନେଶ୍ଵର ଏମ୍ସ ଦେଶରେ ଏକ ନମ୍ବର

ଭୁବନେଶ୍ବର,ଏନ୍‌ଏନ୍‌ଏସ୍‌: ଆୟୁଷ୍ମାନ ଭାରତ ହେଲଥ ଆକାଉଣ୍ଟ (ଆଭା) ପଞ୍ଜିକରଣରେ ଅଖିଳ ଭାରତୀୟ ଆୟୁର୍ବିଜ୍ଞାନ ସଂସ୍ଥାନ (ଏମ୍ସ) ଭୁବନେଶ୍ବର ଦେଶରେ ଏକ ନମ୍ବର ସ୍ଥାନ ଅଧିକାର କରିଛି। ଆଜି ଭୁବନେଶ୍ବର ଏମ୍ସରେ ସର୍ବାଧିକ ୧୧୩୧ ଜଣଙ୍କୁ ଆଭା ଟୋକୋନ ପ୍ରଦାନ କରାଯାଇଛି। ଯାହା ଭାରତର ସମସ୍ତ ଏମ୍ସ ତୁଳନାରେ ସର୍ବାଧିକ ଅଟେ। ଏମ୍ସ ଭୁବନେଶ୍ଵର ଏପର୍ଯ୍ୟନ୍ତ ଆଭା ମାଧ୍ୟମରେ ୩୧ ହଜାର ୪୦୦ ଜଣଙ୍କୁ ଟୋକୋନ ପ୍ରଦାନ କରିସାରିଥିବା ଜଣାପଡିଛି ।

ସୂଚନା ଅନୁଯାୟୀ, ଆୟୁଷ୍ମାନ ହେଲଥ ଆକାଉଣ୍ଟ (ଆଭା) ପଞ୍ଜୀକରଣ ବ୍ୟବସ୍ଥାରେ ଚିକିତ୍ସା ପାଇଁ ନାମ ପଞ୍ଜୀକରଣ କୁ ସହଜ କରି ପାରିଛି। ଜଣେ ବ୍ୟକ୍ତି ଗୋଟିଏ ଥର ଆଭା ଆପ୍ସରେ ନାମ ପଞ୍ଜୀକରଣ କଲା ପରେ ଜୀବନ ବ୍ୟାପି ଏହା ପୁନର୍ବାର ପଞ୍ଜିକରଣ ର କୌଣସି ଆବଶ୍ୟକ ପଡ଼ିବ ନାହିଁ। ଅର୍ଥାତ ସଂପୃକ୍ତ ବ୍ୟକ୍ତିଙ୍କର ରେକର୍ଡ କେନ୍ଦ୍ରୀୟ ସର୍ଭରରେ ରଖାଯିବ। ଏହି ବ୍ୟବସ୍ଥା କେନ୍ଦ୍ର ସରକାରଙ୍କ ଡିଜିଟାଲ ହେଲଥ ମିଶନର ଏକ ଅଂଶ ବିଶେଷ ଅଟେ। ତେବେ ଏମ୍ସ ଭୁବନେଶ୍ବର ଏ ପର୍ଯ୍ୟନ୍ତ ଆଭା ମାଧ୍ୟମରେ ୩୧ ହଜାର ୪୦୦ ଜଣଙ୍କ ଆୟୁଷ୍ମାନ ଭାରତ ହେଲଥ ଆକାଉଣ୍ଟ (ଆଭା) ଟୋକୋନ ଜନସାଧାରଣଙ୍କୁ ଦେଇ ସାରିଛି। ଏହି ଆଭା ନମ୍ବର ଏକ ୧୪ ସଂଖ୍ୟା ବିଶିଷ୍ଟ ସ୍ବତନ୍ତ୍ର ନମ୍ବର। ଏହା ଭୁବନେଶ୍ବର ଏମ୍ସର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ଡ ଆଶୁତୋଷ ବିଶ୍ବାସ, ମେଡିକାଲ ଅଧିକ୍ଷକ ଡ ଦିଲୀପ କୁମାର ପରିଡ଼ା ଓ ଆଇଟି ସେଲ ଅଧ୍ୟକ୍ଷ ଡ ମନୋଜ କୁମାର ମହାନ୍ତିଙ୍କ ନେତୃତ୍ବରେ ଏହି ଉପଲବ୍ଧି ହାସଲ ହୋଇ ପାରିଛି।

ସୂଚନା ଅନୁଯାୟୀ, ଆଭା ଏପରି ଏକ ପରିଚୟପତ୍ର ଯାହା ଭାରତର ଯେ କୌଣସି ସ୍ଥାନରେ ଅର୍ଥାତ ଯେ କୌଣସି ସମୟରେ ହିତାଧିକାରୀ ନିଜର ମେଡିକାଲ ରେକର୍ଡ ହାସଲ କରି ପାରିବେ । ଏଥିରେ ଡିଜିଟାଲ ପଦ୍ଧତ୍ତିରେ ତାଙ୍କର ସମ୍ପୂର୍ଣ୍ଣ ସ୍ୱାସ୍ଥ୍ୟ ବିବରଣୀ ରଖାଯାଉଛି । ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ୪୩,୬୧,୮୯୫ ସଂଖ୍ୟକ ଆଭା ଆଇଡି ସୃଷ୍ଟି କରିପାରିଛି । ଏନସିଡି ପୋର୍ଟାଲ, ଆରସିଏଚ ପୋର୍ଟାଲ, ଇ-ସଞ୍ଜିବନୀ, ପିଏମଏନଡିପି, ନିକ୍ଷା ପୋର୍ଟାଲ ମାଧ୍ୟମରେ ଏହି ଆଇଡି ସୃଷ୍ଟି କରାଯାଇ ପାରୁଛି ।