ଅଭିନେତ୍ରୀ ୟାମି ଗୌତମଙ୍କୁ ଇଡିର ସମନ

  • ନୂଆଦିଲ୍ଲୀ: ନିକଟରେ ବିବାହ କରି ମୁମ୍ବାଇ ଫେରିଥିବା ବଲିଉଡ୍ର ଅଭିନେତ୍ରୀ ୟାମୀ ଗୌତମଙ୍କ ଅଡ଼ୁଆ ବଢ଼ିଛି। ତାଙ୍କ ବିରୋଧରେ ବିଦେଶ ମୁଦ୍ରା ନେଣଦେଣରେ ହେରଫେର ଅଭିଯୋଗ ଆସିଛି। ତାଙ୍କୁ ଜେରା କରିବା ପାଇଁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି) ସମନ କରିଛି। ଜୁଲାଇ ୭ରେ ମୁମ୍ବାଇସ୍ଥିତ ଇଡି ଅଫିସରେ ହାଜର ହେବାକୁ ନୋଟିସ ଦିଆଯାଇଛି।