କରାଚି ବିଶ୍ୱବିଦ୍ୟାଳୟରେ ଭୟଙ୍କର ବିସ୍ଫୋରଣ: ୪ ମୃତ, ଏକାଧିକ ଆହତ

ନୂଆଦିଲ୍ଲୀ,ଏଜେନ୍ସି: ପାକିସ୍ତାନର କରାଚି ବିଶ୍ୱବିଦ୍ୟାଳୟରେ ମଙ୍ଗଳବାର ଏକ ବଡ ଧରଣର ବିସ୍ଫୋରଣ ଘଟିଛି । ଏହି ବିସ୍ଫୋରଣରେ ଏକାଧିକ ଲୋକ ଆହତ ହୋଇଥିବା ସହ ୪ ଜଣଙ୍କର ମୃତ୍ୟୁ ହୋଇଛି । ତେବେ ଏହି ବିସ୍ଫୋରଣର କାରଣ ଏଯାଏଁ ଜଣାପଡିନାହିଁ ।

ରିିପୋର୍ଟ ଅନୁସାରେ, ଏହି ବିସ୍ଫୋରଣର କରାଚି ବିଶ୍ୱବିଦ୍ୟାଳୟ ପରିସରରେ ଥିବା ଏକ କାରରେ ଘଟିଛି । ଯେଉଁଥିରେ ଅତି କମରେ ଚାରି ଜଣଙ୍କର ମୃତ୍ୟୁ ମଧ୍ୟ ହୋଇଛି । ପରେ ଉଦ୍ଧାର ଏବଂ ସୁରକ୍ଷା ଏଜେନ୍ସି ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଛନ୍ତି ।

ପୋଲିସର ସୂଚନା ଅନୁସାରେ, ବିସ୍ଫୋରଣ ହୋଇଥିବା କାରରେ ୭ରୁ ୮ ଜଣ ଲୋକ ଥିଲେ । ତେବେ ମୃତକଙ୍କ ପ୍ରକୃତ ସଂଖ୍ୟା ଜଣାପଡିନଥିବା ବେଳେ ୪ ଜଣଙ୍କର ମୃତ୍ୟୁ ହୋଇଥିବା କୁହାଯାଉଛି । ଏହି ବିସ୍ଫୋରଣ ପଛରେ କାହାର ହାତ ରହିଛି ସେନେଇ ଯାଞ୍ଚ କରାଯାଉଛି ।