ଆମେରିକା ନୌସେନା ଘାଟିରେ ଗୁଳିଚାଳନା : ୩ ମୃତ

ନ୍ୟୁୟର୍କ, ଏଜେନ୍ସି : ଶୁକ୍ରବାର ଯୁକ୍ତରାଷ୍ଟ୍ର ଆମେରିକାର ପେନ୍ସାକୁଲା ନୌସେନା ଘାଟିରେ ଅଜଣା ବନ୍ଧୁକଧାରୀଙ୍କ ସମେତ ୩ ଜଣ ପ୍ରାଣ ହରାଇଛନ୍ତି। ୧୦ରୁ ଅଧିକ ଲୋକ ଗୁଳିମାଡ଼ରେ ଆହତ ହୋଇ ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି। ନୌସେନା ଯବାନଙ୍କ ଗୁଳିମାଡ଼ରେ ଅଜଣା ବନ୍ଧୁକଧାରୀ ପ୍ରାଣ ହରାଇଛନ୍ତି। ପେନ୍ସାକୋଲା ନୌସେନା ଘାଟିରେ ପ୍ରାୟ ୧୬ ହଜାର ସେନା ଓ ୭୪୦୦ ବେସାମରିକ କର୍ମଚାରୀ କାମ କରନ୍ତି। ନ୍ୟାସନାଲ୍ ନୌସେନା ମ୍ୟୁଜିୟମ ଏହି ଅଞ୍ଚଳର ପ୍ରମୁଖ ପର୍ଯ୍ୟଟନ କେନ୍ଦ୍ର ଥିବାରୁ ବର୍ଷସାରା ପର୍ଯ୍ୟଟକଙ୍କ ଭିଡ଼ ଜମିଥାଏ। ଶୁକ୍ରବାର ଜନୈକ ଅଜଣା ବନ୍ଧୁକଧାରୀ ଅତର୍କିତ ବନ୍ଧୁକ ଚାଳନା କରିବା ଫଳରେ ଦୁଇଜଣ ବେସାମରିକ କର୍ମଚାରୀ ପ୍ରାଣ ହରାଇଥିଲେ। ଗୁଳିମାଡ଼ରେ କିଛି ଆହତ ହୋଇଥିଲେ।