ଋଷଭ ପନ୍ତଙ୍କୁ ‘ସରି’ କହିଲେ ଉର୍ବଶୀ

ନୂଆଦିଲ୍ଲୀ: ବଲିଉଡ ଅଭିନେତ୍ରୀ ଉର୍ବଶୀ ରୌତେଲା ନିଜ ଫିଲ୍ମ ଅପେକ୍ଷା ଭାରତୀୟ କ୍ରିକେଟର ଋଷଭ ପନ୍ତଙ୍କୁ ନେଇ ଏବେ ଅଧିକ ଚର୍ଚ୍ଚାରେ ଅଛନ୍ତି । କିଛିଦିନ ପୂର୍ବରୁ ଉର୍ବଶୀ ଏକ ଇଣ୍ଟରଭ୍ୟୁରେ ପନ୍ତଙ୍କୁ ନେଇ ଏମିତି କିଛି କହି ଦେଇଥିଲେ ଯାହାକି କ୍ରିକେଟରଙ୍କୁ ପସନ୍ଦ ଆସି ନଥିଲା । ପନ୍ତ ଏହାର ଜବାବ ଇନଷ୍ଟାଗ୍ରାମରେ ଦେଇ ଉର୍ବଶୀଙ୍କୁ ‘ଦୀଦୀ ମୋ ପିଛା ଛାଡ଼ିଦିଅ’ ବୋଲି କହିଥିଲେ । ଉର୍ବଶୀ ମଧ୍ୟ ପନ୍ତଙ୍କୁ ‘ଛୋଟୁ ଭୈୟା’ କହି ଖେଳରେ ଧ୍ୟାନ ଦେବାକୁ କହିଥିଲେ ।

କିନ୍ତୁ ସଦ୍ୟ ସମାପ୍ତ ହୋଇଥିବା ଏସିଆ କପ୍ ପରେ ଉର୍ବଶୀଙ୍କ ସ୍ୱର ବଦଳିଥିବା ଦେଖିବାକୁ ମିଳିଛି । ଶୁଣିଲେ ଆଶ୍ଚର୍ଯ୍ୟ ହେବେ ଉର୍ବଶୀ ହାତ ଯୋଡ଼ି ଋଷଭ ପନ୍ତଙ୍କୁ କ୍ଷମା ମାଗିଛନ୍ତି । ଉର୍ବଶୀ ଆଜି ଋଷଭ ପନ୍ତଙ୍କୁ ନେଇ ପାପାରାଜୀ ପଚାରିଥିବା ଏକ ପ୍ରଶ୍ନର ଉତ୍ତର ଦେବାକୁ ଯାଇ ‘ସରି… ଆଇ ଏମ ସରି’ କହିଛନ୍ତି । ଉକ୍ତ ଭିଡିଓଟି ଏବେ ସୋସିଆଲ ମିଡିଆରେ ଖୁବ୍ ଭାଇରାଲ ହେଉଛି ।