ଶିବସେନାରେ ଯୋଗଦେଲେ ଉର୍ମିଳା

ମୁମ୍ବାଇ: ବଲିଉଡ ଅଭିନେତ୍ରୀ ଉର୍ମିଳା ମାତୋଣ୍ଡକର ମହାରାଷ୍ଟ୍ରର କ୍ଷମତାଧାରୀ ପାର୍ଟି ଶିବସେନାରେ ଯୋଗ ଦେଇଛନ୍ତି।  ଉର୍ମିଳା ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେଙ୍କ ଉପସ୍ଥିତିରେ  ପାର୍ଟିର ସଦସ୍ୟତା ଗ୍ରହଣ କରିଛନ୍ତି। ଏହାପୂର୍ବରୁ ସେ କଂଗ୍ରେସ ନେତା ଥିଲେ ଓ ପାର୍ଟି ଟିକେଟରେ ୨୦୧୯ ଲୋକସଭା ଆସନରେ ଲଢ଼ିଥିଲେ। ଆଉ ନିର୍ବାଚନ ଲଢ଼ିବାର ୫ ମାସ ପରେ କଂଗ୍ରେସରୁ ଇସ୍ତଫା ଦେଇଥିଲେ। ଶିବସେନା ସୁତ୍ରରୁ ଜଣାପଡ଼ିଛି ଯେ, ଉର୍ମିଳାଙ୍କ ନାମ ରାଜ୍ୟପାଳ ଭଗତ ସିଂ କୋଶ୍ୟାରୀଙ୍କୁ ପଠାଇ ଦିଆଯାଇଛି।

ସୂଚନାଯୋଗ୍ୟ, ଉର୍ମିଳା ୨୦୧୯ ଲୋକସଭା ନିର୍ବାଚନରେ ଉତ୍ତରୀ ମୁମ୍ବାଇ ଲୋକସଭା ସିଟରେ ବିଜେପିର ଗୋପାଳ ସେଟ୍ଟୀଙ୍କଠାରୁ ହାରିଥିଲେ।