ପାକିସ୍ତାନର ଗୁଳି ବର୍ଷଣରେ ଜଣେ ଯବାନ ସହିଦ

ଜମ୍ମୁ: ପଡ଼ୋଶୀ ଦେଶ ପାକିସ୍ତାନ ଲଗାତାର ଭାବେ ଅସ୍ତ୍ରବିରତି ଉଲଂଘନ କରୁଛି। ଆଜି ପୁଣିଥରେ ଅସ୍ତ୍ରବିରତି ଉଲଂଘନ କରି ପାକିସ୍ତାନ ସୈନିକ ଜମ୍ମୁ-କଶ୍ମୀରର ପୁଞ୍ଚ ଜିଲ୍ଲାର ଏଲଓସିରେ ଗୁଳିବର୍ଷଣ କରିଥିଲେ। ଫଳରେ ଜଣେ ଭାରତୀୟ ଯବାନ ସହିଦ ହୋଇଛନ୍ତି।

ଗତ ୫ ଦିନରେ ପାକିସ୍ତାନର ଗୁଳିବର୍ଷଣ ଯୋଗୁ ଯବାନ ସହିଦ ହେବାର ଏହା ହେଉଛି ଦ୍ୱିତୀୟ ଘଟଣା। ଏହାପୂର୍ବରୁ ନଭେମ୍ବର ୨୭ରେ ରାଜୋରୀ ଜିଲ୍ଲାର ସୁନ୍ଦରବନୀ ସେକ୍ଟରରେ ପାକିସ୍ତାନର ଗୁଳିବର୍ଷଣ ଯୋଗୁ ୨ ଯବାନ ସହିଦ ହୋଇଥିଲେ।