ପୁଲୱାମା ଜିଲ୍ଲାରୁ ୧୨ କେଜିର ଆଇଇଡ଼ି ନିଷ୍କ୍ରିୟ କଲା ସୁରକ୍ଷାବାହିନୀ

ଶ୍ରୀନଗର,ଏଜେନ୍ସି: ଏକ ବଡ ଅଘଟଣକୁ ରୋକିବାରେ ସଫଳ ହୋଇଛି ସୁରକ୍ଷାବାହିନୀ । ଜମ୍ମୁ କଶ୍ମୀର ପୁଲୱାମା ଜିଲ୍ଲା ବେହିଗୁଣ୍ଡରେ ୧୨ କେଜିର ଏକ ଆଇଇଡ଼ିକୁ ନିଷ୍କ୍ରିୟ କରିବାରେ ସଫଳ ହୋଇଛନ୍ତି ଜମ୍ମୁ କଶ୍ମୀର ପୁଲିସ । କୌଣସି ଅଘଟଣ ଘଟିବା ପୂର୍ବରୁ ବୋମା ନିଷ୍କ୍ରୟକାରୀ ଦଳ ଆଇଡିକୁ ଜବତ କରି ନିଷ୍କ୍ରିୟ କରିଛି ଫଳରେ ଏକ ବଡ ଅଘଟଣ ଟଳିଛି । ଆତଙ୍କାବାଦୀଙ୍କ ଏକ ବଡ ଯୋଜନା ପଣ୍ଡ ହୋଇଛି ।

ମାଟି ତଳେ ଆଇଡି ପୋତା ଯାଇଥିବା ନେଇ ସୁରକ୍ଷାବାହିନୀଙ୍କୁ ଗୁପ୍ତ ସୂଚନା ମିଳିଥିଲା । ଖବର ପାଇଁ ସଙ୍ଗେ ସଙ୍ଗେ ମିଶନରେ ବାହାରି ପଡିଥିଲେ ଟିମ । ଅଘଟଣ ପୂର୍ବରୁ ବୋମା ନିଷ୍କ୍ରୟକାରୀ ଦଳ ଓ ସୁରକ୍ଷାବାହିନୀ ମିଶନରେ ସଫଳ ହୋଇଥିଲେ । ଏକ ବଡ ଷଡଯନ୍ତ୍ର ପଣ୍ଡ ହୋଇଥିବା ନେଇ ଟ୍ବିଟ କରି ସୂଚନା ଦେଇଛନ୍ତି କଶ୍ମୀର ଜୋନ ପୁଲିସ ।

ପ୍ରକାଶ ଥାଉକି, ଗତକାଲି (ରବିବାର) ଜମ୍ମୁର ନଶହତ ଅଞ୍ଚଳରେ ଆତଙ୍କବାଦୀ ଏକ ହ୍ୟାଣ୍ଡଗ୍ରେନେଡ ମାଡ କରିଥିଲେ। ଏଥିରେ ୬ରୁ ଉର୍ଦ୍ଧ୍ବ ବ୍ୟକ୍ତି ଆହତ ହୋଇଛନ୍ତି । ବିସ୍ଫୋରଣ ନେଇ ପୋଲିସ ମାମଲା ରୁଜୁ କରି ଆତଙ୍କବାଦୀଙ୍କୁ କାବୁ କରିବାକୁ ଅପରେସନ ଜାରି ରଖିଛି ।