ୟୁଏନଏସସିର ଜରୁରୀ ବୈଠକ

  • ନ୍ୟୁୟର୍କ: ଆଫଗାନ ସଙ୍କଟ ଉପରେ ୟୁଏନଏସସିର ଜରୁରୀ ବୈଠକ ଜାରି ରହିଛି। ଭାରତ ଅଧ୍ୟକ୍ଷତାରେ ନ୍ୟୁୟର୍କରେ ବୈଠକ ଚାଲିଛି। ବୈଠକରେ ଜାତିସଂଘ ମହାସଚିବ କହିଛନ୍ତି, ଏବେ ବିଶ୍ୱ ସମୁଦାୟ ଏକାଠି ହେବାର ସମୟ। ଅଫଗାନିସ୍ତାନକୁ ନେଇ ମାନବାଧିକାର ଉପରେ କୁହାଯିବା ଜରୁରୀ। ଜୀବନ ରକ୍ଷା ସହ ମାନବୀୟ ଆବଶ୍ୟକତା ଉପରେ ତାଲିବାନ ଧ୍ୟାନ ଦେଉ। ତାଲିବାନକୁ ସଂଯମତା ଅବଲମ୍ବନ କରିବାକୁ କହିଲେ ମହାସଚିବ। ପଡ଼ୋଶୀ ଦେଶମାନେ ଏ ସମୟରେ ମାନବିକତା ପ୍ରଦର୍ଶନ କରନ୍ତୁ। ଏଥିସହ ଶରଣାର୍ଥୀଙ୍କ ଲାଗି ପଡ଼ୋଶୀ ରାଷ୍ଟ୍ର ସୀମା ଉନ୍ମୁକ୍ତ ରଖନ୍ତୁ। ସେପେଟେ ଦୋହାରେ ତାଲିବାନର ବୈଠକ ଚାଲିଛି।