ଜାତୀୟ ହସ୍ତଶିଳ୍ପ ପୁରସ୍କାର ଘୋଷଣା

  • ନୂଆଦିଲ୍ଲୀ: ୨୦୧୮ ମସିହା ପାଇଁ ଜାତୀୟ ହସ୍ତଶିଳ୍ପ ପୁରସ୍କାର ଘୋଷଣା ହୋଇଛି। ଏହି ପୁରସ୍କାର ପାଇବା ପାଇଁ ଓଡ଼ିଶାରୁ ୯ ଜଣ ଯୋଗ୍ୟ ବିବେଚିତ ହୋଇଛନ୍ତି। ୨ ଜଣଙ୍କୁ ଶିଳ୍ପଗୁରୁ ଓ ୫ ଜଣଙ୍କୁ ଜାତୀୟ ହସ୍ତଶିଳ୍ପ ପୁରସ୍କାର ଦିଆଯିବ। ୨ ଜଣ ଜାତୀୟ ହସ୍ତଶିଳ୍ପ ଦକ୍ଷତା ପ୍ରମାଣପତ୍ର ପାଇବାକୁ ଯୋଗ୍ୟ ବିବେଚିତ ହୋଇଛନ୍ତି। ବିଜୟ କୁମାର ପରିଡ଼ା ଓ ମହେଶ୍ୱର ପରିଡ଼ା ଶିଳ୍ପଗୁରୁ ପୁରସ୍କାର ପାଇବେ। ସେହିପରି ଜାତୀୟ ହସ୍ତଶିଳ୍ପ ପୁରସ୍କାର ପାଇଁ ରାଜେନ୍ଦ୍ର ମେହେର, କୁନି ପାତ୍ର, ସନ୍ତୋଷ ସେନାପତି ଓ ସଂଘମିତ୍ରା ମହାରଣାଙ୍କ ନାମ ଘୋଷଣା କରାଯାଇଛି। ନରେନ୍ଦ୍ର ଭୋଇ ଓ ପ୍ରମୋଦ ମହାରଣା ହସ୍ତଶିଳ୍ପ ଦକ୍ଷତା ପ୍ରମାଣପତ୍ର ପାଇବେ।