ୟୁଏନଏଲଏଫ ହିଂସା ଛାଡ଼ିବାକୁ ପ୍ରସ୍ତୁତ

ନୂଆଦିଲ୍ଲୀ: ମଣିପୁରର ସର୍ବପୁରାତନ ସଶସ୍ତ୍ର ସମୂହ ୟୁଏନଏଲଏଫ ହିଂସା ଛାଡ଼ି ମୁଖ୍ୟଧାରାରେ ସାମିଲ ହେବାକୁ ନେଇ ସହମତି ପ୍ରକାଶ କରିଛନ୍ତି । ୟୁଏନଏଲଏଫ ଏକ ଶାନ୍ତି ବୁଝାମଣା ଉପରେ ଚୁକ୍ତିନାମା ସ୍ୱାକ୍ଷର କରିଥିବା ନେଇ ଗୃହମନ୍ତ୍ରୀ ଅମିତ ଶାହ ସୂଚନା ପ୍ରଦାନ କରିଛନ୍ତି ।

ଗୃହମନ୍ତ୍ରୀ ଅମିତ ଶାହ ସୋସିଆଲ ମିଡିଆ ସାଇଟ ଏକ୍ସରେ କିଛି ଫଟୋ ସହ କହିଛନ୍ତି ଯେ, ଆମେ ଏକ ଐତିହାସିକ ଉପଲବ୍ଧି ହାସଲ କରିଛୁ । ଉତ୍ତର-ପୂର୍ବରେ ସ୍ଥାୟୀ ଶାନ୍ତି ସ୍ଥାପନ କରିବାରେ ମୋଦୀ ସରକାରଙ୍କ ଅଦମ୍ୟ ପ୍ରୟାସରେ ଏକ ନୂଆ ଅଧ୍ୟାୟ ଯୋଡ଼ି ଯାଇଛି । କାରଣ ୟୁନାଇଟେଡ ନ୍ୟାସନାଲ ଲିବରେସନ ଫ୍ରଣ୍ଟ(ୟୁଏନଏଲଏଫ) ଆଜି ନୂଆଦିଲ୍ଲୀରେ ଏକ ଶାନ୍ତି ଚୁକ୍ତି ସ୍ୱାକ୍ଷର କରିଛନ୍ତି । ମୁଁ ଗଣତାନ୍ତ୍ରିକ ପ୍ରକ୍ରିୟାରେ ତାଙ୍କୁ ସ୍ୱାଗତ କରୁଛି । ଶାନ୍ତି ଓ ପ୍ରଗତି ପଥରେ ତାଙ୍କ ଯାତ୍ରା ଲାଗି ଶୁଭକାମନା ଜଣାଉଛି ।