ଅଜଣା ମହିଳା ଏବଂ ଏକ ଶିଶୁକୁ ସରପଞ୍ଚଙ୍କ ଜିମା ଦେଲେ ଗ୍ରାମବାସୀ

ଖଇରା,ଏନ୍ଏନ୍ଏସ୍: ସାରା ଦେଶରେ ଏବେ କରୋନା ଭାଇରସ କାୟା ବିସ୍ତାର କରିଥିବା ବେଳେ ଏବେ ବାଲେଶ୍ଵର ଜିଲ୍ଲାରେ ମଧ୍ୟ ଦିନକୁ ଦିନ କରୋନା ଆକ୍ରାନ୍ତଙ୍କ ସଂଖ୍ୟ ବୃଦ୍ଧି ପାଇବାରେ ଲାଗିଛି। ଏହାକୁ ଦୃଷ୍ଟିରେ ରଖି ସରକାର ବାଲେଶ୍ଵର ସମେତ ୩ଟି ଜିଲ୍ଲାକୁ ୬୦ଘଣ୍ଟା ପାଇଁ ସଟଡାଉନ କରିଛନ୍ତି। ଏଥିସହ ଜନସାଧାରଣଙ୍କୁ ଘରୁ ନବାହାରିବାକୁ ପରାମର୍ଶ ଦେବା ସହ ଦୋକାନ ବଜାର ବନ୍ଦ ରଖିବାକୁ ପରାମର୍ଶ ଦିଆଯାଇଛି। ଏହି ନିୟମକୁ ଜନସାଧାରଣ ପାଳନ କରି ନିଜ ନିଜ ଘରେ ରହିଛନ୍ତି।

ଏହି ସମୟରେ ଖଇରା ବ୍ଲକ ସାରକୋଣା ପଞ୍ଚାୟତ ଅଧିନ କେନ୍ଦୁଭଦଳି ଗ୍ରାମରେ ଜଣେ ଅଜଣା ମହିଳା ବେକରେ ଦଉଡ଼ିଟିଏ ପକାଇ ସାଙ୍ଗରେ ଏକ ଛୋଟ ପିଲାକୁ ଧରି ଏହି ଗ୍ରାମକୁ ଆସିଥିଲେ। ବର୍ତ୍ତମାନ ସମୟରେ କରୋନା ଭାଇରସକୁ ନେଇ ଆତଙ୍କ ସୃଷ୍ଟି ହୋଇଥିବା ବେଳେ ଗ୍ରାମ ଭିତରକୁ ଆସିଥିବା ଏହି ଅଜଣା ମହିଳାଙ୍କୁ ଗ୍ରାମବାସୀ ମାନେ ଅଟକାଇ ତାର ପରିଚୟ ପଚାରିଥିଲେ। ହେଲେ ମହିଳା ଜଣଙ୍କ କିଛି କହିନଥିଲେ ବରଂ ଗ୍ରାମ ଭିତରକୁ ଯିବା ପାଇଁ ଚେଷ୍ଟା କରିଥିଲେ।

ମହିଳା ଜଣଙ୍କ ବେକରେ ଏକ ଦଉଡି ପକାଇବା ଏବଂ ନିଜର ପରିଚୟ ନଦେବାରୁ ଗ୍ରାମବାସୀ ମାନେ ଭୟବିତ ହେବା ସହିତ ତାଙ୍କୁ ସେଠାରେ ଅଟକ ରଖି ସ୍ଥାନୀୟ ସରପଞ୍ଚଙ୍କୁ ଖବର ଦେଇଥିଲେ। ଖବରପାଇ ସରପଞ୍ଚଙ୍କ ପ୍ରତିନିଧି ପ୍ରଦୀପ କୁମାର ସାହୁ ଘଟଣା ସ୍ଥଳରେ ପହଞ୍ଚି ଉକ୍ତ ମହିଳା ଓ ସାଙ୍ଗରେ ଥିବା ଛୋଟ ପିଲାଟିକୁ ନେଇ କ୍ୱାରେଣ୍ଟାଇନରେ ରଖିଥିବା ଜଣାପଡିଛି।