‘ତେରୀ ମିଟ୍ଟୀ’ ଗୀତ ମାଧ୍ୟମରେ ଡାକ୍ତରଙ୍କୁ ଧନ୍ୟବାଦ ଜଣାଇଲେ ଅକ୍ଷୟ, ବି. ପ୍ରାକ

ମୁମ୍ବାଇ: କରୋନା ଭାଇରସରେ ଡାକ୍ତରମାନେ ଦେବଦୂତ ଭାବେ ସାମ୍ନାକୁ ଆସିଛନ୍ତି। ସେମାନଙ୍କୁ ସମସ୍ତେ ନିଜ ନିଜ ଅନ୍ଦାଜରେ ଧନ୍ୟବାଦ ଜଣାଉଥିବା ବେଳେ ବଲିଉଡ ତାରକା ଅକ୍ଷୟ କୁମାର ଓ ଗାୟକ ବି.ପ୍ରାକ ଏକ ଭାବବିହ୍ୱଳ ଗୀତ ପ୍ରସ୍ତୁତ କରିଛନ୍ତି। ‘କେଶରୀ’ ଫିଲ୍ମର ସୁପରହିଟ୍ ଗୀତ ‘ ତେରି ମିଟ୍ଟୀ’କୁ ରିକ୍ରିଏଟ କରି ଏହି ଦୁଇ ତାରକା ସବୁ ଡାକ୍ତରଙ୍କୁ ସମର୍ପିତ କରିଛନ୍ତି। ଏହି ଗୀତଟିକୁ ଭିଡିଓ ସହ ରିଲିଜ୍ କରାଯାଇଛି। ଏହାର କବଳ ପ୍ରଥମ ପଂକ୍ତିକୁ ଛାଡ଼ିଦେଲେ ଆଉ ସବୁ ପୁନର୍ବାର ଲେଖାଯାଇଛି। ଭିଡିଓରେ ଡାକ୍ତରଙ୍କ ଫଟୋ ସହ ତାଙ୍କ ଉପରେ ହୋଇଥିବା ହିଂସାର ଭିଜିଆଲକୁ ମଧ୍ୟ ବ୍ୟବହାର କରାଯାଇଛି। ଏଥି ସହିତ ଡାକ୍ତରଙ୍କ ଉପରେ ଆକ୍ରମଣ ନ କରିବା ପାଇଁ ସଭିଙ୍କୁ ଆବେଦନ କରାଯାଇଛି।