ଅଜଣା ବ୍ୟକ୍ତିଙ୍କ ମୃତଦେହ ଉଦ୍ଧାର

ରାମନାଗୁଡା,ଏନ୍ଏନ୍ଏସ୍: ରାୟଗଡ଼ା ଜିଲ୍ଲା ରାମନାଗୁଡା ବ୍ଲକ୍ ମଙ୍ଗଳା ମନ୍ଦିର ନିକଟ ରାସ୍ତାକଡ଼ରୁ ଆଜି ଜଣେ ଅଜଣା ବ୍ୟକ୍ତିଙ୍କ ମୃତଦେହ ଉଦ୍ଧାର ହୋଇଛି। ସୂଚନା ଅନୁସାରେ ସକାଳୁ ସ୍ଥାନୀୟ ଲୋକେ ରାସ୍ତାକଡ଼ରେ ଏକ ମୃତ ଦେହ ପଡ଼ିଥିବା ଦେଖିବାକୁ ପାଇଥିଲେ। ପରେ ସେମାନେ ଏ ସମ୍ପର୍କରେ ସ୍ଥାନୀୟ ପୁଲିସ ଫାଣ୍ଡିକୁ ଖବର ଦେଇଥିଲେ। ଖବରପାଇ ରାମନାଗୁଡା ଫାଣ୍ଡି ଅଧିକାରୀ କୃତୀବାସ ହରିଚନ୍ଦନ ଘଟଣାସ୍ଥଳରେ ପହଞ୍ଚି ଶବ ଜବତ କରିଥିଲେ। ତେବେ ମୃତ ବ୍ୟକ୍ତିଙ୍କ ପରିଚୟ ମିଳିନଥିବା ବେଳେ ପୁଲିସ ଘଟଣାର ତଦନ୍ତ ଆରମ୍ଭ କରିଛି।