୨୬ରେ ବ୍ୟବସାୟୀ ସଂଘର ଭାରତ ବନ୍ଦ ଡ଼ାକରା

ନୂଆଦିଲ୍ଲୀ,ଏଜେନ୍ସି: ଆସନ୍ତା ୨୬ ତାରିଖରେ ଭାରତ ବନ୍ଦ ଡ଼ାକରା ଦେଇଛି ସର୍ବଭାରତୀୟ ବ୍ୟବସାୟୀ ମହାସଂଘ (ସିଏଆଇଟି)। ସିଏଆଇଟି ପକ୍ଷରୁ ସୂଚନା ଦିଆଯାଇଛି ଯେ ସାମଗ୍ରୀ ଓ ସେବା ଟିକସ (ଜିଏସଟି)ର ବିଭିନ୍ନ ବ୍ୟବସ୍ଥା ଏବଂ ଟିକସ ଅଧିକାରୀଙ୍କ ଏକଚାଟିଆ ମନୋଭାବ ବିରୋଧରେ ୪୦ ହଜାରରୁ ଊର୍ଦ୍ଧ୍ୱ ବ୍ୟବସାୟିକ ସଂସ୍ଥା ଆନ୍ଦୋଳନରେ ଅଂଶଗ୍ରହଣ କରିବେ।

ସିଏଆଇଟି ମହାସଚିବ ପ୍ରବୀଣ ଖଣ୍ଡେଲୱାଲ କହିଛନ୍ତି ଯେ ବନ୍ଦକୁ ନେଇ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି, ଏହାକୁ ସଫଳ କରିବା ପାଇଁ ବିଭିନ୍ନ ସେବା ପ୍ରଦାନ କାରୀମାନଙ୍କ ନିକଟରେ ଆମେ ପହଞ୍ଚିବୁ। ବ୍ୟବସାୟିକ ପ୍ରତିଷ୍ଠାନଗୁଡ଼ିକ ବନ୍ଦ ରହିବ। ଅନଲାଇନ୍ ବିକ୍ରେତା ଏବଂ ଅର୍ଥନୀତି ସହ ଜଡ଼ିତ ଜାତୀୟ ଏବଂ ରାଜ୍ୟସ୍ତରୀୟ ସଂଗଠନଗୁଡ଼ିକୁ ବନ୍ଦରେ ସାମିଲ ହେବା ପାଇଁ ଆହ୍ୱାନ ଦିଆଯାଇଛି।