ଭାରତ-ଚୀନ ଉତ୍ତେଜନା ବୃଦ୍ଧିକୁ ନେଇ ବିପଦ ଆଶଙ୍କା କଲା ଆମେରିକା

ୱାସିଂଟନ୍,ଏଜେନ୍ସି: ଭାରତ-ଚୀନ ସୀମାରେ ଉତ୍ତେଜନା ବୃଦ୍ଧି ପାଉଥିବାରୁ ବିପଦ ଆଶଙ୍କା କରିଛି ଆମେରିକା। ଏଥିପାଇଁ ଆମେରିକା ଜର୍ମାନୀରୁ ସୈନ୍ୟ ସଂଖ୍ୟା ହ୍ରାସ କରି ଚୀନ ପିପୁଲ୍ସ ଲିବରେସନ ଆର୍ମି ବିରୋଧରେ ମୁତୟନ କରିବ ବୋଲି ଆମେରିକା ରାଷ୍ଟ୍ର ସଚିବ ମାଇକ ପୋମ୍ପେଓ କହିଛନ୍ତି। ଏଥିସହିତ ଚୀନ କମ୍ୟୁନିଷ୍ଟ ପାର୍ଟିର କାର୍ଯ୍ୟକଳାପ ଭାରତ, ଦକ୍ଷିଣ ଚୀନ ସାଗର, ଭିଏତନାମା, ଇଣ୍ଡୋନେସିଆ, ମାଲେସିଆ ଓ ଫିଲିପାଇନ୍ସ ଅଞ୍ଚଳପ୍ରତି ବିପଦ ସୃଷ୍ଟି କରିପାରେ ବୋଲି ପୋମ୍ପେଓ କହିଛନ୍ତି।

ନିକଟରେ ଚୀନ-ଭାରତ ମଧ୍ୟରେ ହୋଇଥିବା ଆପୋସ ବୁଝାମଣାକୁ ଚୀନ ବେଖାତିର କରି ଭାରତର ଭୁଖଣ୍ଡ ଭିତରକୁ ଚୀନ ସେନାର ଲଗାତାର ଅନଧିକାର ପ୍ରବେଶ କରୁଥିବା ଭାରତ ବୈଦେଶିକ ମନ୍ତ୍ରାଳୟ ପକ୍ଷରୁ ସୂଚନା ଦିଆଯାଇଥିଲା।