ଆଜି ମହାପ୍ରଭୁଙ୍କ ବନକଲାଗି ନୀତି

ପୁରୀ,ଏନ୍ଏନ୍ଏସ୍: ଆଜି ମହାପ୍ରଭୁଙ୍କ ବନକଲାଗି ନୀତି। ମଧ୍ୟାହ୍ନ ଧୂପ ଓ ପଛ ଭୋଗ ମଣ୍ଡପ ଉଠିବା ପରେ ବନକଲାଗି ନୀତି କରାଯିବ। ଦତ୍ତ ମହାପାତ୍ର ସେବକମାନେ ବନକଲାଗି କରିବେ। ଏହି ସମୟରେ ପ୍ରାକୃତିକ ରଙ୍ଗରେ ମହାପ୍ରଭୁଙ୍କ ଶ୍ରୀମୁଖ ଶୃଙ୍ଗାର ହେବ। ଅପରାହ୍ଣ ୪ଟାରେ ଏହି ନୀତି ଆରମ୍ଭ ହେବ। ଆଜି ସକାଳୁ ମଙ୍ଗଳା ଆଳତୀ, ମଇଲମ ତଡପଲାଗୀ, ଅବକାଶ ନୀତି ଶେଷ ହୋଇଛି।

ସୂଚନା ଅନୁସାରେ ଆସନ୍ତାକାଲି ହେରାପଞ୍ଚମୀ। ଏହି ଦିନରେ ମହାଲକ୍ଷୀ ମହାପ୍ରଭୁଙ୍କୁ ଦର୍ଶନ କରିବାକୁ ଆସିଥାନ୍ତି। ଏନେଇ ବନକଲାଗି ନୀତିରେ ମହାପ୍ରଭୁଙ୍କ ଶ୍ରୀମୁଖ ଶୃଙ୍ଗାର କରାଯାଇଥାଏ। ଏହି ନୀତିକାନ୍ତି ପାଇଁ ୪ରୁ ୫ ଘଣ୍ଟା ସମୟ ଲାଗିଥାଏ ବୋଲି ସେବକ ସୂଚନା ଦେଇଛନ୍ତି।