ଅବନ୍ତିପୁରାରେ ସୁରକ୍ଷାକର୍ମୀ ଗୁଳିରେ ୧ ଆତଙ୍କବାଦୀ ନିହତ, ଅପରେସନ ଜାରି

କାଶ୍ମୀର,ଏଜେନ୍ସି: ଜାମ୍ମୁ-କାଶ୍ମୀର ପୁଲୱାମା ଜିଲ୍ଲା ଅବନ୍ତିପୁରା ଟ୍ରାଲରେ ସୁରକ୍ଷାବଳକୁ ବଡ଼ ସଫଳତା। ଟ୍ରାଲର ଛେବା ଉଲାରରେ ଆତଙ୍କବାଦୀ ଓ ସେନାମଧ୍ୟରେ ଗୁଳିବିନିମୟ ପରେ ଜଣେ ଆତଙ୍କବାଦୀ ନିହତ ହୋଇଛି। ସେହିପରି ଗୁଳିବିନିମୟ ଜାରି ରହିଛି। ଆତଙ୍କବାଦୀଙ୍କ ଉପସ୍ଥିତି ନେଇ ପୁଲିସ ସୂଚନା ପାଇବା ପରେ ସେନା ଓ ପୁଲିସ ମିଳିତ ଅପରେସନ କରିଥିଲେ। ସମ୍ପୃକ୍ତ ଅଞ୍ଚଳରେ କର୍ଡନ କରି ଅପରେସନ ଜାରି ରଖିଛି ସୁରକ୍ଷା ବଳ।