ଚାନ୍ଦବାଲି,ଏନ୍ଏନ୍ଏସ୍: ଭଦ୍ରକ ଜିଲ୍ଲା ଚାନ୍ଦବାଲି ବ୍ଲକ ଓରାସାହି ପଞ୍ଚାୟତ କସ୍ତୁରୀଗଣ ଗାଁରେ ବିରଳ ପ୍ରଜାତିର କଇଁଛ ଉଦ୍ଧାର ହୋଇଛି। ସୁନେଲି ରଙ୍ଗର କଇଁଛଟିକୁ ଉଦ୍ଧାର କରାଯାଇଛି। କସ୍ତୁରୀଗଣ ସ୍କୁଲ ନିକଟରେ ଶିକ୍ଷକ ସୁକୁମାର ସିଂ ଏହି ବିରଳ ପ୍ରଜାତିର କଇଁଛଟିକୁ ତାଙ୍କ କ୍ୱାର୍ଟର ନିକଟରୁ ପାଇଥିଲେ।
କଇଁଛଟିର ଓଜନ ୨ କେଜି ହେବ। ଏହା ଖୁବ୍ କମ୍ ଦେଖିବାକୁ ମିଳିଥାଆନ୍ତି। ଜଳବାୟୁ ପରିବର୍ତ୍ତନ ପାଇଁ ଏଭଳି ବିରଳ କଇଁଛ ସୃଷ୍ଟି ହୋଇଥାଏ ବୋଲି ବନବିଭାଗ ଅଧିକାରୀ ପ୍ରକାଶ କରିଛି। ଶିକ୍ଷକ ଜଣଙ୍କ କଇଁଛଟିକୁ ବନବିଭାଗକୁ ହସ୍ତାନ୍ତର କରିବା ପରେ ବନବିଭାଗ ପକ୍ଷରୁ କଇଁଛଟିକୁ ନେଇ ନିକଟସ୍ଥ ବୈତରଣୀ ନଦୀରେ ଛାଡାଯାଇଥିବା ସୂଚନା ମିଳିଛି।