ଭୁବନେଶ୍ୱର,ଏନ୍ଏନ୍ଏସ୍: ରାଜ୍ୟରେ ସାମଗ୍ରିକ ଭାବେ କମିଛି ସଂକ୍ରମଣ ବୋଲି ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ନିରଞ୍ଜନ ମିଶ୍ର ପ୍ରତିକ୍ରିୟା ରଖିଛନ୍ତି। ବିଗତ ଦିନ ଓ ବର୍ତ୍ତମାନକୁ ତୁଳନା କଲେ କିଛି ଜିଲ୍ଲାରେ ସଂକ୍ରମଣ ଧୀରେ ଧୀରେ କମୁଛି। କେସ୍ ଲୋଡ଼, ଟେଷ୍ଟ ପଜିଟିଭିଟି ରେଟ୍, ଲୋକଙ୍କ କୋଭିଡ୍ ଗାଇଡ଼ଲାଇନ୍ ଅନୁପାଳନକୁ ଦେଖିକି ଅନଲକ୍ ସମ୍ବନ୍ଧରେ ସରକାର ନିଷ୍ପତ୍ତି ନେବେ। ନିୟମ କୋହଳ ହେଲେ ବି ଲୋକେ ନିଜ ଦାୟିତ୍ୱ ଭୁଲନ୍ତୁ ନାହିଁ। ନହେଲେ ପୁଣି ଥରେ ସଂକ୍ରମଣ ବଢ଼ିବ।
ସେ ଆହୁରି ମଧ୍ୟ କହିଛନ୍ତି, ରାଜ୍ୟରେ ଡେଙ୍ଗୁ କିଛି ମାତ୍ରାରେ ବଢ଼ିଛି। ମାତ୍ର ତାହା ଭୟାବହତା ନୁହେଁ। ସୋମବାର ସୁଦ୍ଧା ଭୁବନେଶ୍ୱରରେ ୫୫ ଜଣ ଡେଙ୍ଗୁ ରୋଗୀ ଚିହ୍ନଟ ହୋଇଛନ୍ତି। ସ୍ଥିତି ବିଶେଷ ଚିନ୍ତାଜନକ ନୁହେଁ।