ଟ୍ରାଫିକ୍‌ ନିୟମକୁ ନେଇ ରାୟଗଡ଼ା ପୁଲିସର ନିଆରା ସଚେତନତା କାର୍ଯ୍ୟକ୍ରମ 

ହେଲମେଟ୍ ପିନ୍ଧି ବାଇକ୍ ରାଲିରେ ସାମିଲ ହେଲେ ଏସ୍‌ପି 

ରାୟଗଡ଼ା,ଏନ୍ଏନ୍ଏସ୍ରାୟଗଡା ବାସୀଙ୍କୁ ସୁରକ୍ଷା ପ୍ରଦାନ ପାଇଁ ଗୁରୁବାର ପୁଲିସ ପ୍ରଶାସନ ପକ୍ଷରୁ ଏକ ବାଇକ୍ ରାଲି ଅନୁଷ୍ଠିତ ହୋଇଛି। ଏହି ରାଲିରେ ନୂତନ ଭାବେ ପ୍ରଣୟନ ହୋଇଥିବା ଟ୍ରାଫିକ ନିୟମକୁ କିପରି ସାଧାରଣ ଲୋକମାନେ ମାନି ଗାଡି ଚଳାଚଳ କରିବେ ସେ ନେଇ ରାୟଗଡ଼ା ପୁଲିସ ପକ୍ଷରୁ ଏକ ନିଆରା ସଚେତନତା କାର୍ଯ୍ୟକ୍ରମ ହୋଇଛି।

ରାୟଗଡା ଜିଲ୍ଲା ଆରକ୍ଷୀ ଅଧୀକ୍ଷକ ଡ. ଶ୍ରବଣା ବିବେକ ଏମଙ୍କ ଆହ୍ୱାନକ୍ରମେ ରାୟଗଡ଼ା ପୁଲିସ ସମେତ ୨୦ରୁ ଊର୍ଦ୍ଧ୍ୱସଂଗଠନ ସହରବାସୀଙ୍କୁ ସଚେତନ କରାଇବା ନିମନ୍ତେ ରାଜରାସ୍ତାକୁ ଓହ୍ଲାଇଛନ୍ତି। ଏଥିପାଇଁ ସକାଳୁ ଜିସିଡି ହାଇସ୍କୁଲ ପଡ଼ିଆ ଠାରେ ଭିଡ ଜମିବା ଆରମ୍ଭ ହୋଇଯାଇଛି। ଏହି ପରିପ୍ରେକ୍ଷୀରେ ବିଭିନ୍ନ ସଂଗଠନର ସଦସ୍ୟମାନେ ହାତରେ ଟ୍ରାଫିକ ନିୟମଉଲ୍ଲେଖ ଥିବା ପ୍ଲା– କାର୍ଡ ଧରି ରାଲିରେ ବାହାରିଛନ୍ତି।

ତେବେ ୩୦୦ରୁ ଊର୍ଦ୍ଧ୍ୱ ବାଇକ୍ ରାଲିରେ ଯୋଗ ଦେଇଥିଲେ। ବାଇକ୍ ଚାଳକଙ୍କ ସହ ବାଇକରେ ବସିଥିବା ବ୍ୟକ୍ତିଙ୍କୁ ମଧ୍ୟ ହେଲମେଟ୍‌ ପିନ୍ଧିବା ପାଇଁ ଏସ୍‌ପି  ଶ୍ରବଣା ବିବେକ ଏମ ଉତ୍ସାହିତ କରିଥିଲେ। ସବୁଜ ପତାକା ଦେଖାଇ ଏହି ରାଲିରେ ଉଦ୍‌ଘାଟନ କରିବା ସହ ନିଜେ ଆୟୋଜିତ ବାଇକ ରାଲିରେ ସାମିଲ ହୋଇଥିଲେ। ଏହି ର‍୍ୟାଲି ଜିସିଡି ହାଇସ୍କୁଲ ଠାରୁ ବାହାରି ଜେ.ଏସକୋ, ଶାସ୍ତ୍ରୀ ନଗର, ରୟତ କଲୋନୀ, କୋରାପୁଟ ଛକ ଦେଇ ଓଭରବ୍ରିଜ୍‌, କପିଳାସ ଛକ, ଷ୍ଟେସନ ଛକ, ଓଏମପି, ରିଙ୍ଗ ରୋଡ଼ ଦେଇ ଜିସିଡି ହାଇସ୍କୁଲ୍‌ ପଡିଆରେ ପହଞ୍ଚିଛନ୍ତି