ଆମେରିକା ନୌସେନା ଘାଟିରେ ଗୁଳିକାଣ୍ଡ, ଅଳ୍ପକେ ବର୍ତ୍ତିଲେ ଭାରତୀୟ ବାୟୁସେନା ଅଧ୍ୟକ୍ଷ

ଓ୍ବାଶିଂଟନ,ଏଜେନ୍ସି: ଆମେରିକା ନୌସେନା ଏବଂ ବାୟୁସେନାର ମିଳିତ ଘାଟି ପର୍ଲହାର୍ବର ହିକମ୍‌ରେ ଗୁରୁବାର ଗୁଳିକାଣ୍ଡ ହୋଇଥିବା ବେଳେ ଅଳ୍ପକେ ବର୍ତ୍ତିଲେ ଭାରତୀୟ ବାୟୁସେନା ଅଧ୍ୟକ୍ଷ। ସୂଚନା ଅନୁସାରେ ଭାରତୀୟ ବାୟୁସେନା ମୁଖ୍ୟ ଆର୍‌କେଏସ୍‌ ଭଦୌରିଆ ଓ ତାଙ୍କ ଟିମ୍‌ ସେଠାକୁ ଏକ ସମ୍ମିଳନୀରେ ଯୋଗ ଦେବାପାଇଁ ଯାଇଥିବାବେଲେ।

ଏହି ସମୟରେ ଶିପ୍‌ୟାର୍ଡରେ ମୁତୟନ ଜଣେ ବନ୍ଧୁକଧାରୀ ହଠାତ୍‌ ଗୁଳିବର୍ଷା ଆରମ୍ଭ କରିଦେଇଥିଲେ। ଗୁଳିକାଣ୍ଡରେ ୨ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଆହତଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ସୂଚନାଯୋଗ୍ୟ, ଜଣେ ଅଜ୍ଞାତ ବନ୍ଧୁକଧାରୀ ପର୍ଲହାର୍ବର ବେସ୍‌ରେ ପ୍ରବେଶ କରି ହଠାତ୍‌ ଗୁଳି ଚାଳନା କରିବାରୁ ଏହି ଘଟଣା ଘଟିଛି। ସୁରକ୍ଷାକର୍ମୀମାନେ ତାଙ୍କୁ କାବୁ କରିବାକୁ ଚେଷ୍ଟା କରିବା ସମୟରେ ସେ ନିଜକୁ ମଧ୍ୟ ଗୁଳି କରିଦେଇଥିବା ସୂଚନା ରହିଛି।