ନୂଆଦିଲ୍ଲୀ, ଏଜେନ୍ସି: କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ଡାକ୍ତର ହର୍ଷବର୍ଦ୍ଧନ ନିଜ ମା’ ସ୍ନେହଲତା ଦେବୀଙ୍କ ମୃତ୍ୟୁ ପରେ ଏମ୍ସରେ ତାଙ୍କ ଚକ୍ଷୁଦାନ କରାଇଛନ୍ତି। ନିଜ ମା’ଙ୍କ ଇଚ୍ଛା ଅନୁସାରେ ମୃତ୍ୟୁ ପରେ ଚକ୍ଷୁଦାନ କରାଇଥିବା ହର୍ଷବର୍ଦ୍ଧନ ଟୁଇଟ୍ କରି କହିଛନ୍ତି। ରବିବାର ସକାଳ ସମୟରେ ହର୍ଷବର୍ଦ୍ଧନଙ୍କ ମା’ଙ୍କର ହୃଦଘାତରେ ୮୯ବର୍ଷ ବୟସରେ ମୃତ୍ୟୁ ହୋଇଛି। ମୃତ୍ୟୁପରେ ଦିଲ୍ଲୀ ସ୍ଥିତ ଏମ୍ସ ହସ୍ପିଟାଲରେ ମା’ଙ୍କର ଚକ୍ଷୁଦାନ କରାଇଥିଲେ। ଏହାପରେ ଦିପହର ୩ଟା ସମୟରେ ଅଙ୍ଗଦାନ ପାଇଁ ମା’ଙ୍କର ପାର୍ଥିବ ଶରୀରକୁ ମୌଲାନା ଆଜାଦ ମେଡ଼ିକାଲ୍ କଲେଜକୁ ହସ୍ତାନ୍ତର କରିବେ ବୋଲି କହିଛନ୍ତି। ମା’ଙ୍କର ଏହି ମହତକାର୍ଯ୍ୟ ସମାଜ ପାଇଁ ପ୍ରେରଣାଦାୟୀ ହେବ। ତାଙ୍କ ମୃତ୍ୟୁ ପରେ ମୋ ଜୀବନରେ ଏକ ଶୂନ୍ୟସ୍ଥାନ ସୃଷ୍ଟି ହୋଇଛି ବୋଲି କେନ୍ଦ୍ରମନ୍ତ୍ରୀ ଡାକ୍ତର ହର୍ଷବର୍ଦ୍ଧନ ଟ୍ୱିଟ୍ କରି କହିଛନ୍ତି।