ଚୀନରେ ଶିଶୁଙ୍କୁ ବ୍ୟାପୁଥିବା ରହସ୍ୟମୟ ରୋଗ ଉପରେ ଭାରତର ପଦକ୍ଷେପ

ନୂଆଦିଲ୍ଲୀ: ଭାରତ ସରକାରର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଚୀନରେ ଶିଶୁଙ୍କୁ ବ୍ୟାପୁଥିବା ରୋଗ ଉପରେ ନଜର ରଖିଛନ୍ତି । କେନ୍ଦ୍ରୀୟ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି ଯେ, ଚୀନରେ ସାମ୍ନାକୁ ଆସିଥିବା ଏବିୟନ ଇନଫ୍ଲୁଏଞ୍ଜା ସହ ଶ୍ୱାସକ୍ରିୟା ସମ୍ବନ୍ଧୀୟ ରୋଗ ସମୂହରୁ ଭାରତକୁ କମ୍ ବିପଦ ରହିଛି । ଏହାଦ୍ୱାରା ସୃଷ୍ଟି ହେଉଥିବା କୌଣସି ପ୍ରକାର ବିପଦକୁ ନେଇ ଭାରତ ସଜାଗ ରହିଛି ।

କେନ୍ଦ୍ରୀୟ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ପ୍ରେସ ରିଲିଜରେ କୁହାଯାଇଛି ଯେ, ଉତ୍ତରୀ ଚୀନରେ ଶିଶୁଙ୍କ ମାମଲାରେ ବ୍ୟାପୁଥିବା  H9N2 ଏବଂ ଶ୍ୱାସ ସମ୍ବନ୍ଧୀୟ ରୋଗ ଗ୍ରୁପ ଉପରେ ନଜର ରଖାଯାଇଛି । କିଛି ସପ୍ତାହ ହେବ ଚୀନରେ ଶ୍ୱାସ ସମ୍ବନ୍ଧୀୟ ରୋଗ ବଢ଼ିବା ଘଟଣା ରିପୋର୍ଟ କରାଯାଇଛି ।