ପୁଣି ଅଟକିଲା ରେସ୍କ୍ୟୁ ଅପରେସନ

ଉତ୍ତରାଖଣ୍ଡ: ଉତ୍ତରାଖଣ୍ଡର ଉତ୍ତରକାଶୀରେ ନିର୍ମାଣଧୀନ ଟନେଲରେ ଫସିଥିବା ଶ୍ରମିକଙ୍କ ଉଦ୍ଧାର ଲାଗି ଜାରୀ ରହିଥିବା ରେସ୍କ୍ୟୁ ଅପରେସନ ପୁଣିଥରେ ବନ୍ଦ ହୋଇଯାଇଛି । ଅପରେସନ ପାଇଁ ବ୍ୟବହାର ହେଉଥିବା ଆଗର୍ ମେସିନ ପୁଣିଥରେ କାମ କରିବା ବନ୍ଦ କରିଦେଇଛି । ଫଳରେ ପୁଣିଥରେ ମେସିନକୁ ଅନଇନଷ୍ଟଲ କରାଯାଉଛି । ମେନ୍ୟୁଅଲ ପାଇପ ଭିତରକୁ ଯାଇ ପରୀକ୍ଷଣ କରାଯାଉଛି । ପରୀକ୍ଷଣ ପରେ ହିଁ ପୁଣି ଅଭିଯାନ ଆରମ୍ଭ ହେବ । ସେଥିପାଇଁ ଆଜି ରାତିରେ ପୁଣି ରେସ୍କ୍ୟୁ ଅପରେସନ ବନ୍ଦ ରହିବ ।