ବେକାରି ହାର ୮.୧%କୁ ବୃଦ୍ଧି

ନୂଆଦିଲ୍ଲୀ,ଏଜେନ୍ସି: ଫେବୃଆରୀରେ ବେକାରି ହାର ଗତ ୬ ମାସର ରେକର୍ଡ ଉଚ୍ଚତମ ସ୍ତରରେ ପହଞ୍ଚିଛି। ଦେଶର ବେକାରି ହାର ଗତ ଜାନୁଆରୀରେ ସର୍ବନିମ୍ନ ସ୍ତର ଅର୍ଥାତ୍ ୬.୫୭%କୁ ହ୍ରାସ ପାଇଥିଲା। ସେଣ୍ଟର୍ ଫର୍ ମନିଟରିଂ ଇଣ୍ଡିଆନ୍ ଇକୋନୋମି (ସିଏମ୍‌ଆଇଇ)ର ସୂଚନା ଅନୁସାରେ ଫେବୃଆରୀରେ ବେକାରି ହାର ୮.୧%ରେ ପହଞ୍ଚିଛି। ଗ୍ରାମାଞ୍ଚଳରେ ବେକାରି ହାର ବୃଦ୍ଧି ପାଇବାରେ ଲାଗିଛି; ଯାହାର ଅର୍ଥବ୍ୟବସ୍ଥା ପ୍ରତି ଶୁଭଙ୍କର ନୁହେଁ।

ସହରାଞ୍ଚଳରେ ଏହା ସୁଧାର ପାଇଥିବା ବେଳେ ମନରେଗା ବଜେଟ୍ ହ୍ରାସ ଯୋଗୁଁ ଗ୍ରାମାଞ୍ଚଳରେ ଏହା ବୃଦ୍ଧି ପାଇବାରେ ଲାଗିଛି। ଗ୍ରାମାଞ୍ଚଳରେ ବେକାରି ହାର ୮.୩୫% ରହିଥିବା ବେଳେ ସହରାଞ୍ଚଳରେ ଏହା ୭.୫୫%ରେ ରହିଛି।