ପୋଲାଣ୍ଡରେ ବିକେ ସିଂହଙ୍କ ଘୋଷଣା ପରେ ଛାତ୍ରଙ୍କ ମୁହଁରେ ଫେରିଲା ହସ

ନୂଆଦିଲ୍ଲୀ: ୟୁକ୍ରେନରେ ଫସି ରହିଥିବା ଭାରତୀୟ ଛାତ୍ର ରୋମାନିୟା, ହଙ୍ଗେରୀ ଓ ପୋଲାଣ୍ଡ ମୁହାଁ ହେଉଛନ୍ତି । ଏହି ପରିପ୍ରେକ୍ଷୀରେ ଭାରତୀୟ ଛାତ୍ରଙ୍କୁ ଫେରାଇ ଆଣିବା ପାଇଁ କେନ୍ଦ୍ରମନ୍ତ୍ରୀ ଜେନେରାଲ ବିକେ.ସିଂହ ପୋଲାଣ୍ଡ ଗସ୍ତ କରିଛନ୍ତି । ବିକେ ସିଂହ ହୋଟେଲରେ ଛାତ୍ରଙ୍କ ସହ ଆଲୋଚନା ମଧ୍ୟ କରିଛନ୍ତି ।

ଭାରତୀୟ ଛାତ୍ରଙ୍କ ସହ କଥା ହେବାକୁ ଯାଇ ବିକେ ସିଂହ କହିଛନ୍ତି ଯେ, ତୁମେମାନେ ଏଠାରେ ପହଞ୍ଚି ଯାଇଛ, ଆଶା କରୁଛି ବାକି ଛାତ୍ର ମଧ୍ୟ ପହଞ୍ଚିଯିବେ । ଗୋଟିଏ କଥା ମନେ ରଖ ଯଦି ତୁମମାନଙ୍କ ପାଠପଢ଼ା ପୁରା ନହୁଏ ତେବେ ପୋଲାଣ୍ଡ ତୁମ ପାଠପଢ଼ାର ଦାୟିତ୍ୱ ନେବା ପାଇଁ ପ୍ରସ୍ତୁତ ଅଛି । ବୀକେ ସିଂହଙ୍କ ଏପରି କଥା ଶୁଣିବା ପରେ ଛାତ୍ରମାନେ ଖୁସିରେ ତାଳି ମାରିଥିଲେ ।