ନୂଆଦିଲ୍ଲୀ: ମୁମ୍ବାଇ ଅଣ୍ଡରୱାର୍ଲଡ ଡୋନ୍ ଛୋଟା ରାଜନ ଆଜି ଦିଲ୍ଲୀର ଏମ୍ସ ହସ୍ପିଟାଲରେ ମୃତ୍ୟୁବରଣ କରିଛି। କରୋନା ସଂକ୍ରମିତ ହେବା ପରେ ୬୨ ବର୍ଷୀୟ ଛୋଟା ରାଜନ ଏପ୍ରିଲ ୨୫ରେ ତିହାଡ଼ ଜେଲରୁ ଏମ୍ସ ହସ୍ପିଟାଲରେ ଭର୍ତ୍ତି ହୋଇଥିଲା।
ଛୋଟା ରାଜନ ନାମରେ ବିଭିନ୍ନ ମାମଲା ରହିଥିଲା। ସେଥିମଧ୍ୟରୁ ପାଖାପାଖି ୪ଟି ମାମଲାର ତାକୁ କୋର୍ଟ ସଜା ଶୁଣାଇଥିଲେ।