ଏନଡିଏ ସରକାର ପୁଡୁଚେରିରେ କରିବ ବିକାଶ; ଜେପି ନଡ୍ଡା

ନୂଆଦିଲ୍ଲୀ,ଏଜେନ୍ସି: ଏନଡିଏ ସରକାର ହିଁ ପୁଡୁଚେରିରେ କରିବ ବିକାଶ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱରେ ଏନଡିଏ ସରକାର ପୁଡୁଚେରିର ବିକାଶ ସୁନିଶ୍ଚିତ କରିବ ବୋଲି ବିଜେପି ରାଷ୍ଟ୍ରୀୟ ସଭାପତି ଜେପି ନଡ୍ଡା କହିଛନ୍ତି। ଗୁରୁବାର ଜେପି ନଡ୍ଡାଙ୍କ ଅଧ୍ୟକ୍ଷତାରେ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ବସିଥିଲା। ଏଥିରେ ପୁଡୁଚେରିର ରାଜ୍ୟ ବିଜେପି ସଭାପତିଙ୍କ ସହ ନିର୍ଦଳୀୟ ବିଧାୟକମାନେ ଉପସ୍ଥିତ ଥିଲେ। କେନ୍ଦ୍ର ଶାସିତ ଅଞ୍ଚଳରେ କାମ କରିବ ମୋଦୀଙ୍କ ମ୍ୟାଜିକ। ଯେଉଁଥିରେ ପୁଡୁଚେରି ବାସୀ ଉପକୃତ ହେବେ।

ବାଚସ୍ପତି ଏମ୍ବାଲମ ଆର ସେଲଭମ୍, ବିଜେପି ପୁଡୁଚେରି ସଭାପତି ଭି ସ୍ୱାମୀନାଥନ, କେ ଲକ୍ଷ୍ମୀନାରାୟଣ, ସି ଜିଆକୁମାର, ଏ.କେ ସାଇ ଜେ ସାରାବନା କୁମାର, ପିଏମଏଲ କଲ୍ୟାଣ ସାଉଣ୍ଡାରାମ, ରିଚାର୍ଡସ ଜନକୁମାର, ଏମ ସିଭାସାନକର, ଜି ଅଶୋକ ଶ୍ରୀନିବାସ ଓ ଆର ବି ଆଶୋକ ବାବୁ ପରିଦର୍ଶକ ପ୍ରତିନିଧି ଦଳ ଭାବେ ଯୋଗ ଦେଇଥିଲେ।ଏହା ପୂର୍ବରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ପୁଡୁଚେରୀରୁ ବିଧାୟକଙ୍କ ପ୍ରତିନିଧୀ ଦଳଙ୍କୁ ଭେଟିଥିଲେ। ସେମାନଙ୍କ ସହ ପୁଡୁଚେରୀରେ ସର୍ବାଙ୍ଗିନ ବିକାଶ ନେଇ ଆଲୋଚନା କରିଥିଲେ।