କଟକ,ଏନ୍ଏନ୍ଏସ୍: ଆଜି ପାଞ୍ଚ ଜଣ କରୋନା ସଂକ୍ରମିତ ଚିହ୍ନଟ ହେବା ପରେ କଟକ ମ୍ୟୁନିସିପାଲିଟି କର୍ପୋରେସନ୍ (ସିଏମସି) ଅନ୍ତର୍ଗତ ଉତ୍କଳ ବାଳାଶ୍ରମକୁ ମାଇକ୍ରୋ କଣ୍ଟେନମେଣ୍ଟ ଜୋନ୍ ଭାବରେ ଘୋଷଣା କରାଯାଇଛି।
ଖବର ଅନୁଯାୟୀ, କଟକ ସ୍ଥିତ ଖପୁରିଆର ପୁରୁଣା ଜଗନ୍ନାଥ ସଡକ ସ୍ଥିତ ଉତ୍କଳ ବାଳାଶ୍ରମରେ ରହୁଥିବା ଅନ୍ତେବାସୀଙ୍କ ମଧ୍ୟରେ ପାଞ୍ଚ ଜଣ କରୋନା ପଜିଟିଭ ଚିହ୍ନଟ ହେବାରୁ ଉକ୍ତ ଆଶ୍ରମକୁ ମାଇକ୍ରୋ କଣ୍ଟେନମେଣ୍ଟ ଜୋନ ଘୋଷଣା କରାଯାଇଛି। ମାଇକ୍ରୋ କଣ୍ଟେନମେଣ୍ଟ ଜୋନ୍ ମଧ୍ୟରେ ଥିବା ସମସ୍ତ ବାସିନ୍ଦା ନିଜ ଘରେ ରହିବେ। ସିଏମସି ଆବଶ୍ୟକୀୟ ସାମଗ୍ରୀ ଏବଂ ଚିକିତ୍ସା ଆବଶ୍ୟକତା ଯୋଗାଇଦେବ ବୋଲି ଜଣାଇଛି। ସେହି ଅଞ୍ଚଳରୁ କେହି ବାହାରକୁ ଆସିବେ ନାହିଁ ଓ ସେଠାକୁ କେହି ଯିବେ ନାହିଁ ବୋଲି ପ୍ରଶାସନ ପକ୍ଷରୁ କୁହାଯାଇଛି।