ତାମିଲନାଡ଼ୁରେ ନିର୍ମାଣଧୀନ ଫ୍ଲାଇଓଭରର ଗୋଟିଏ ଅଂଶ ଖସିଲା

ତାମିଲନାଡ଼ୁ: ତାମିଲନାଡ଼ୁର ମଦୁରଇ ଜିଲ୍ଲାରେ ଆଜି ଏକ ନିର୍ମାଣ ଧୀନ ଫ୍ଲାଇଓଭରର ଗୋଟିଏ ଅଂଶ ଖସି ପଡ଼ିଛି। ଘଟଣାସ୍ଥଳରେ ଦମକଳ ଓ ଉଦ୍ଧାରକାରୀ ଦଳ ପହଞ୍ଚି ଉଦ୍ଧାର କାର୍ଯ୍ୟ ଜାରି ରଖିଛନ୍ତି। ହେଲେ ବର୍ତ୍ତମାନ ସୁଦ୍ଧା ଆହତଙ୍କ ସମ୍ପର୍କରେ କୌଣସି ସୂଚନା ମିଳିନାହିଁ।