ଅଭିନେତା ଅରମାନ କୋହଲୀଙ୍କ ଘରେ ରେଡ୍ ମାରିଲା ଏନିସିବି

ମୁମ୍ବାଇ: ଅଭିନେତା ଅରମାନ କୋହଲୀଙ୍କ ଘରେ ଏନିସିବି ରେଡ୍ ମାରିଛି। ଜଣେ ଡ୍ରଗ ପେଡଲରଙ୍କ ସମ୍ପର୍କରେ ଥିବାରୁ ତାଙ୍କ ଘରେ ରେଡ୍ ମରାଯାଇଥିବା ଜଣାପଡ଼ିଛି।

ସୂଚନାଯୋଗ୍ୟ, ଏନସିବି ଗତକାଲି ଟିଭି ଅଭିନେତା ଗୌରବ ଦିକ୍ଷିତଙ୍କୁ ଗିରଫ କରିଥିଲା। ଗୌରବଙ୍କ ଘରେ ରେଡ୍ ମାରିବା ସମୟରେ ଏମଡୀ ଡ୍ରଗ୍ସ ଚରସ ଓ ଅନ୍ୟାନ୍ୟ ଡ୍ରଗ୍ସ ଜବତ କରାଯାଇଥିଲା। ଫିଲ୍ମ ଅଭିନେତା ଏଜାଜ ଖାନଙ୍କୁ ପଚରାଉଚୁରା ଆଧାରରେ ଗୌରବଙ୍କୁ ଗିରଫ କରାଯାଇଥିବା ଜଣାପଡ଼ିଛି। ମାର୍ଚ୍ଚରେ ଡ୍ରଗ୍ସ ମାମଲାରେ ଏଜାଜ ଗିରଫ ହୋଇଥିଲେ।