କରୋନାରୁ ସୁସ୍ଥ ହେଉଥିବା ଲୋକଙ୍କ ପାଇଁ କୋଭାକ୍ସିନର ଗୋଟିଏ ଡୋଜ ପର୍ଯ୍ୟାପ୍ତ: ଆଇସିଏମଆର

ନୂଆଦିଲ୍ଲୀ,ଏଜେନ୍ସି: ଭାରତୀୟ ଚିକିତ୍ସା ଅନୁସନ୍ଧାନ ପରିଷଦ (ଆଇସିଏମଆର) ଆଜି ଆଉ ଏକ ବଡ ବୟାନ ଜାରି କରିଛି। ଅଧ୍ୟୟନ ଅନୁସାରେ କରୋନାରୁ ସୁସ୍ଥ ହେଉଥିବା ଲୋକଙ୍କ ପାଇଁ କୋଭାକ୍ସିନ ଟିକାର ଗୋଟିଏ ଡୋଜ ପର୍ଯ୍ୟାପ୍ତ ବୋଲି ଜଣାପଡ଼ିଛି। ଏ ସମ୍ପର୍କରେ ଶନିବାର ଦିନ ଇଣ୍ଡିଆନ ଜର୍ଣ୍ଣାଲ ଅଫ ମେଡ଼ିକାଲ ରିସର୍ଚ୍ଚରେ ପ୍ରକାଶ ପାଇଛି।

ଆଇସିଏମଆର କହିଛି କି କୋଭିଡ ସଂକ୍ରମିତରୁ ସୁସ୍ଥ ହୋଇଥିବା ଲୋକଙ୍କୁ କୋଭାକ୍ସିନ ଟିକାର ଗୋଟିଏ ଡୋଜ ସୁପାରିଶ କରାଯାଇପାରେ। କାରଣ ତାଙ୍କୁ ଚିକିତ୍ସା ସମୟରେ ଆଣ୍ଡିବଡ଼ି ପ୍ରସ୍ତୁତ ପାଇଁ ଔଷଧ ଦିଆଯାଇଛି। ଏଥିସହ କୋଭାକ୍ସିନର ଅଭାବ ପୂରଣ ହେବ ଓ ସମସ୍ତେ ଟିକା ପାଇପାରିବେ ବୋଲି କହିଛି।

କରୋନାରୁ ସୁସ୍ଥ ହୋଇ ଟିକାର ଗୋଟିଏ ଡୋଜ ନେଇଥିବା ବ୍ୟକ୍ତିର ଶରୀରର ଆଣ୍ଟିବଡ଼ି ତୁଳନାରେ ବିନା ସଂକ୍ରମିତ ହୋଇ ଟିକାର ଦୁଇ ଡୋଜ ନେଇଥିବା ବ୍ୟକ୍ତି ଶରୀରର ଆଣ୍ଟିବଡ଼ିକୁ ଅଧ୍ୟୟନ କରାଯାଇଥିଲା। ଅଧ୍ୟୟନର କାରଣ ହେଉଛି କି ଉଭୟ ଲୋକଙ୍କ ଠାରେ ସୃଷ୍ଟି ହେଉଥିବା ଆଣ୍ଟିବଡ଼ିର ମାତ୍ରା ଜାଣିବା। ଏହି ଅଧ୍ୟୟନ ଅନୁସାରେ ଉଭୟଙ୍କ ଠାରେ ସମାନ ଆଣ୍ଟିବଡ଼ି ଦେଖାଯାଇଥିଲା।