ଭୁଶୁଡିଲା ନିର୍ମାଣାଧୀନ ବ୍ରିଜ୍, ଅଳ୍ପକେ ବର୍ତ୍ତିଲେ କାମ କରୁଥିବା ଶ୍ରମିକ

ଯାଜପୁର,ଏନ୍ଏନ୍ଏସ୍: ଯାଜପୁର ରୋଡ ବ୍ରଜରାଜନଗର ନିକଟ ଜାତୀୟ ରାଜପଥ ୧୬ରେ ନିର୍ମାଣ କାର୍ଯ୍ୟ ଚାଲିଥିବା ଏକ ବ୍ରିଜ୍ ଭୁଶୁଡ଼ି ପଡ଼ିଛି। ତେବେ ଏଥିରେ କେହି ମୃତାହତ ହୋଇନଥିବା ଜଣାପଡ଼ିଛି। ବ୍ରିଜ ଭୁଶୁଡ଼ିବା ବେଳେ ସେଠାରେ ଶ୍ରମିକ ମାନେ କାମ କରୁଥିଲେ। ସେହିପରି ଏଠାରେ ଡାଇଭର୍ଟ ରାସ୍ତା ଥିବାରୁ ଗମନାଗମନ ମଧ୍ୟ ପ୍ରଭାବିତ ହୋଇନଥିବା ଜଣାପଡ଼ିଛି।