ପୁରୀ,ଏନ୍ଏନ୍ଏସ୍: ଶ୍ରୀମନ୍ଦିର ସୁରକ୍ଷା ଜୋନ୍ ଉଚ୍ଛେଦ ପ୍ରକ୍ରିୟା ପୁଣି ଆରମ୍ଭ ହୋଇଯାଇଛି। ଶ୍ରୀମନ୍ଦିର ଚତୁଃପାଶ୍ୱର୍ର ୭୫ ମିଟର ଦୂରରେ ଥିବା ସମସ୍ତ ଦୋକାନ, ମଠ ଓ ମନ୍ଦିର ଭଙ୍ଗାଯାଉଥିବାବେଳେ ଏ ନେଇ ବୁଧବାର ଦୋଳବେଦୀ କୋଣରେ ଥିବା ସହରାଞ୍ଚଳ ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ରକୁ ଭଙ୍ଗାଯାଇଛି।
ଗତ ସୋମବାର ସ୍ୱାସ୍ଥ୍ୟକେନ୍ଦ୍ର ପରିସରରୁ ଚେୟାର, ଟେବୁଲ୍ ଆଦି ଆସବାବପତ୍ର ଖାଲି କରାଯିବା ପରେ ଆଜି ଏହାକୁ ଭଙ୍ଗାଯାଇଛି। ସୁରକ୍ଷାକୁ ଦୃଷ୍ଟିରେ ରଖି ପୁଲିସ ଫୋର୍ସ, ମାଜିଷ୍ଟ୍ରେଟ୍ଙ୍କ ଉପସ୍ଥିତିରେ ଉଚ୍ଛେଦ କାର୍ୟ୍ୟ ଜାରି ରହିଛି। ପର୍ୟ୍ୟାୟକ୍ରମେ ମେଘନାଦ ପାଚେରିଠାରୁ ୭୫ ମିଟର ପରିଧି ମଧ୍ୟରେ ରହିଥିବା ନିର୍ମାଣକୁ ଉଚ୍ଛେଦ କରାଯିବ ବୋଲି ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି।