ନବୀନ ନିବାସକୁ ଧସେଇ ପଶୁଥିବା ବେଳେ ପୁଲିସ ଓ ବିଜେପି ମହିଳା କର୍ମୀଙ୍କ ମଧ୍ୟରେ ଧସ୍ତାଧସ୍ତି, ୧୦ ଅଟକ ରାଜ୍ୟ By Nitidin Last updated Dec 4, 2019 Share ଭୁବନେଶ୍ୱର,ଏନ୍ଏନ୍ଏସ୍: ରାଜ୍ୟରେ ଦିନକୁଦିନ ନାରୀ ନିର୍ଯାତନା ବଢ଼ିଚାଲିଥିବା ବେଳେ ଏହାକୁ ନେଇ ବିଜେପି ମହିଳା ମୋର୍ଚ୍ଚା ରାଜରାସ୍ତାକୁ ଓହ୍ଲାଇଛି। ସୂଚନା ଅନୁସାରେ ପୁରୀରେ ଯୁବତୀଙ୍କୁ ଗଣଦୁଷ୍କର୍ମ ହୋଇଥିବା ପ୍ରସଙ୍ଗରେ ମୁଖ୍ୟମନ୍ତ୍ରୀଙ୍କୁ ପ୍ରଶ୍ନ କରିବା ପାଇଁ ମହିଳା ମୋର୍ଚ୍ଚା ନବୀନ ନିବାସ ଅଭିମୁଖେ ବାହାରିଥିଲେ। ନବୀନ ନିବାସ ଭିତରକୁ ମହିଳାମାନେ ଧସେଇ ପଶିବାକୁ ଉଦ୍ୟମ କରୁଥିବାବେଳେ ପୁଲିସ ସେମାନଙ୍କୁ ଅଟକାଇଥିଲା। ଫଳରେ ପୁଲିସ ଓ ବିଜେପି ମହିଳା ମୋର୍ଚ୍ଚା ମଧ୍ୟରେ ଧସ୍ତାଧସ୍ତିପରିସ୍ଥିତି ସୃଷ୍ଟି ହୋଇଥିଲା। ଏ ନେଇ ପୁଲିସ ୧୦ରୁ ଅଧିକ ମହିଳା କର୍ମୀଙ୍କୁ ଅଟକ ରଖିଛି। ନାରୀ ନିର୍ଯାତନାକୁ ନେଇ ରାଜନୀତି କରାନଯାଉ ବୋଲି ମୁଖ୍ୟମନ୍ତ୍ରୀ ଗୃହରେ କହିଥିଲେ, କିନ୍ତୁ ରାଜ୍ୟରେ ନାରୀ ନିର୍ଯାତନା କାହିଁକି ବଢୁଛି ଏନେଇ ମୁଖ୍ୟମନ୍ତ୍ରୀଙ୍କୁ ଜବାବ ରଖିବାକୁ ବିଜେପି ଗତକାଲି ସନ୍ଧ୍ୟା ଯାଏଁ ସମୟ ଦେଇଥିଲେ। ତେବେ ମୁଖ୍ୟମନ୍ତ୍ରୀ ଜବାବ ନ ରଖିବାରୁ ଏନେଇ ପ୍ରଶ୍ନ ପଚାରିବାକୁ ଆଜି ବିଜେପି ମହିଳା କର୍ମୀମାନେ ନବୀନ ନିବାସ ଅଭିମୁଖେ ଆସିଥିଲେ। Share