ମାଲକାନଗିରି,ଏନ୍ଏନ୍ଏସ୍: ମାଲକାନଗିରି ଆଦର୍ଶ ଥାନା ଅନ୍ତର୍ଗତ ଗୌଡ଼ଗୁଡାଠାରେ ଆଜି ଏକ ସଡ଼କ ଦୁର୍ଘଟଣାରେ ୨ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଜଣେ ଗୁରୁତର ଆହତ ହୋଇଛନ୍ତି। ସୂଚନା ଅନୁଯାୟୀ ମାମୁଁ ମିଥୁନ ଦାସ(୨୮) ତାଙ୍କ ଭଉଣୀ ସୁଚିତ୍ରା ଦାସ(୨୬) ଓ ଭଣଜା ପିୟୁସ ଦାସ (୩)ଙ୍କୁ ନେଇ ଏକ ବାଇକରେ ଏମଭି-୯ ଗ୍ରାମକୁ ଯାଉଥିବା ବେଳେ ଏମଭି-୯ ଗ୍ରାମରୁ ଏକ ଟ୍ରକ ମାଲକାନଗିରି ଅଭିମୁଖେ ଆସୁଥିବା ବେଳେ ଗୌଡ଼ଗୁଡା ନିକଟରେ ଟ୍ରକଟି ବାଇକକୁ ଧକ୍କା ଦେଇଥିଲା।
ବାଇକରେ ଥିବା ମାମୁଁ ଓ ଭଣଜାଙ୍କ ଘଟଣାସ୍ଥଳରେ ମୃତ୍ୟୁ ଘଟିଛି। ସେହିପରି ଭଉଣୀ ଗୁରୁତର ଆହତ ହୋଇଛନ୍ତି। ତାଙ୍କୁ ତୁରନ୍ତ ମାଲକାନଗିରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ମାଲକାନଗିରି ଆଦର୍ଶ ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି।