ପାଟଣା,ଏନ୍ଏନ୍ଏସ୍: ଜ୍ୱରରେ ଆକ୍ରାନ୍ତ ହୋଇ କ୍ୱାକ୍ ଦ୍ୱାରା ଚିକିତ୍ସିତ ହେବା ପରେ ଗୁରୁତର ହୋଇ ମେଡିକାଲକୁ ଆସି ମେଡିକାଲ ବାରଣ୍ଡାରେ ଜୀବନ ହାରିଛନ୍ତି ଜଣେ ବୃଦ୍ଧ। ମୃତ ବୃଦ୍ଧ ହେଲେ ତୁରୁମୁଙ୍ଗା ଥାନା କଣ୍ଟିଆପଡା ଗ୍ରାମର ତୈଳ ବେହେରା(୬୦)। ସୂଚନା ଅନୁସାରେ ତୈଳ ୧୦ ଦିନ ପୂର୍ବରୁ ଜ୍ୱରରେ ଆକ୍ରାନ୍ତ ହୋଇ ପାଟଣା ସହରରେ ଥିବା ଏକ ମେଡ଼ିସିନ ଷ୍ଟୋରରେ କ୍ୱକଙ୍କ ନିକଟରେ ଚିକିତ୍ସିତ ହେଉଥିଲେ।
ଆଜି ଅପରାହ୍ନରେ ସ୍ୱାସ୍ଥ୍ୟ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ବାଇକ ଯୋଗେ ପାଟଣା ମେଡିକାଲକୁ ଆଣିଥିଲେ ହେଁ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। କରୋନା ମହାମାରୀ ସମୟରେ ଲୋକେ ମେଡିକାଲ ଯିବାକୁ ଭୟ କରୁଥିବା ବେଳେ ଏହାର ଫାଇଦା ଉଠାଉଛନ୍ତି ମେଡ଼ିସିନ ଦୋକାନୀ। ରୋଗୀ ମେଡ଼ିସିନ ଷ୍ଟୋରକୁ ଯାଇ ଔଷଧ ଆଣି ଖାଇବା ସହ କ୍ୱାକଙ୍କ ହାତରେ ଚିକିତ୍ସିତ ହେଉଛନ୍ତି। କ୍ୱାକ୍ ମାନଙ୍କ ଉପରେ ଭରସା କରି ବହୁ ଜୀବନ ହାନି ହେବାର ଖବର ନଜିର ରହିଥିବା ବେଳେ ପ୍ରଶାସନ ପକ୍ଷରୁ ମେଡ଼ିସିନ ଷ୍ଟୋର ଗୁଡିକୁ ସିଲ କରିବାକୁ ବିଭିନ୍ନ ମହଲରେ ଦାବି ହେଉଛି।