ନୂଆଦିଲ୍ଲୀ: ଉମେଶ ପାଲ ଅପହରଣ ମାମଲାରେ ମାଫିଆ ଅତୀକ ଅହମ୍ମଦ ଦୋଷୀ ସାବ୍ୟସ୍ତ ହୋଇଛି । ପ୍ରୟୋଗରାଜର ଏମପି-ଏମଏମଲଏ କୋର୍ଟରେ ମାଫିଆକୁ ଆଜୀବନ କାରାଦଣ୍ଡାଦେଶ ସଜା ଶୁଣାଯାଇଛି । ୨୦୦୬ରେ ଘଟିଥିବା ଏହି ମାମଲାରେ ଅତୀକଙ୍କ ସମେତ ୩ ଆରୋପୀଙ୍କୁ ଦୋଷୀ ସାବ୍ୟସ୍ତ କରାଯାଇଛି । ଏଥିସହିତ ଲକ୍ଷେ ଟଙ୍କା ଜୋରିମାନା ମଧ୍ୟ ଆଦାୟ କରାଯାଇଛି । ଅନ୍ୟପଟେ ଅତୀକଙ୍କ ଭାଇ ଅସରଫଙ୍କ ସମେତ ୭ଜଣଙ୍କୁ ଦୋଷମୁକ୍ତ କରାଯାଇଛି । ଅତୀକ ଓ ଅସରଫ ସଜା ଶୁଣିବା ମାତ୍ରକେ କୋର୍ଟରେ କାନ୍ଦିବାକୁ ଲାଗିଥିଲେ ।
ସଜା ଶୁଣିବା ପରେ ଅତୀକ ଅହମ୍ମଦ ଜର୍ଜଙ୍କୁ କହିଛି ଯେ, ମୁଁ ଏଠାରେ ରହିବାକୁ ଚାହୁଁନି । ମୋତେ ପୁଣିଥରେ ସାବରମତୀ ଜେଲ ପଠାଇ ଦିଅନ୍ତୁ ।